You are currently viewing ରାଷ୍ଟ୍ରପତିଙ୍କ ଠାରୁ ପୁରୁଷୋତ୍ତମପୁର ଆଚୁଲି ଗାଁର ଜଣେ ଛାତ୍ରୀ ବିଶ୍ୱ ବିଦ୍ୟାଳୟ ରେ ସ୍ନାତକ,ଆର୍ଟ୍ସ ରେ ଟପ୍ପର ଯୋଗୁଁ ପୁରସ୍କୃତ |
ରାଷ୍ଟ୍ରପତିଙ୍କ ଠାରୁ ପୁରୁଷୋତ୍ତମପୁର ଆଚୁଲି ଗାଁର ଜଣେ ଛାତ୍ରୀ ବିଶ୍ୱ ବିଦ୍ୟାଳୟ ରେ ସ୍ନାତକ,ଆର୍ଟ୍ସ ରେ ଟପ୍ପର ଯୋଗୁଁ ପୁରସ୍କୃତ |

ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଚୁଲି ଗାଁର ବିନୋଦ ପଣ୍ଡା, ମାତା ବିରାଜିନୀ ପଣ୍ଡା ଙ୍କ କନ୍ୟା ଶୁଚିସ୍ମିତା ପଣ୍ଡା ଯିଏକି ତାରା ତାରିଣୀ ମହାବିଦ୍ୟାଳୟ ର ଛାତ୍ରୀ ମଧ୍ୟ ଥିଲେ | ତେବେ ତାଙ୍କର ଅକ୍ଲାନ୍ତ ଉଦ୍ୟମ ଓ ପ୍ରଚେଷ୍ଟା ଯୋଗୁଁ ବିଶ୍ୱ ବିଦ୍ୟାଳୟ ରେ ମଧ୍ୟ ସ୍ନାତକ ରେ ଏବଂ ଆର୍ଟ୍ସ ରେ ଟପର ହୋଇ ଛନ୍ତି | ସେଥିପାଇଁ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁଷ୍ଠାନ ର ସମା ବର୍ତ୍ତନ ଉଛବ ରେ ମହା ମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ଅନ୍ୟ ଉପସ୍ଥିତ ଅତିଥି, କୁଳପତି, ଓ ଅନ୍ୟାନ୍ୟ ଷ୍ଟାଫ, ଅତିଥି ଙ୍କ ଉପସ୍ଥିତି ରେ ଆର୍ଟ୍ସ ରେ ସ୍ନାତକ ରେ ଟପ୍ପର ହୋଇ ଥିବା ଛାତ୍ରୀ ଶୁଚିସ୍ମିତା ପଣ୍ଡାଙ୍କୁ ମାନ ପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ |

ସେଥି ପାଇଁ ତାଙ୍କ ପରିବାର ସହିତ ତାରା ତାରିଣୀ ମହାବିଦ୍ୟାଳୟ ର ଅଧକ୍ଷ ଡ଼ ସିମାଞ୍ଚଳ ପଟନାୟକ ଙ୍କ ସହ ବିଭାଗୀୟ ଅଧ୍ୟାପକ, ସମସ୍ତ ସହପାଠୀ, ଓ ଅଞ୍ଚଳର ବରିଷ୍ଟ ଶିକ୍ଷା ବିତ ମାନେ ତାଙ୍କୁ ଅଭିନନ୍ଦନ ଜଣାଇ ଛନ୍ତି | ଏବଂ ତାଙ୍କର ଭବିଷ୍ୟତ ର ଉର୍ନ୍ନତି ପାଇଁ ସମସ୍ତେ ଜଗନ୍ନାଥ ଙ୍କ ପାଖରେ କାମନା କରିଛନ୍ତି | ରିପୋର୍ଟ ପ୍ରସନ୍ନ କୁମାର ଦାସ