You are currently viewing ଓୟୁ ଡବ୍ଲୁଜେ ସାମ୍ବାଦିକ ସଙ୍ଘ ପକ୍ଷରୁ ବୃକ୍ଷ ରୋପଣ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଓୟୁ ଡବ୍ଲୁଜେ ସାମ୍ବାଦିକ ସଙ୍ଘ ପକ୍ଷରୁ ବୃକ୍ଷ ରୋପଣ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଉମରକୋଟ :-ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବେହେଡା ପଂଚାୟତ ନୁଆଁଗୁଡ଼ା ଗ୍ରାମ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ନବରଙ୍ଗପୁର ଓ ୟୁ ଡବ୍ଲୁ ଜେ ସଙ୍ଘ ପକ୍ଷରୁ ଆଜି ବୃକ୍ଷ ରୋପଣ କରାଯିବା ସହିତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ରାଇଘର, ଉମରକୋଟ, ଝରିଗାଁ, ଡାବୁଗାଁ ଏବଂ ଚନ୍ଦାହାଣ୍ଡି ବ୍ଲକରେ କାର୍ଯ୍ୟରତ ଓୟୁଡବ୍ଲୁଜେ ସଙ୍ଘର ସଦସ୍ୟ ମାନଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଓୟୁଡବ୍ଲୁଜେ ସଙ୍ଘର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଲକ୍ଷ୍ମୀଚନ୍ଦ୍ର ଟାକିରୀ,ଓୟୁ ଡବ୍ଲୁଜେ ନବରଙ୍ଗପୁର ଶାଖାର ଜିଲ୍ଲା ସମ୍ପାଦକ ହରିହର ଶତପଥି, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ସାହୁ ପ୍ରମୁଖ ଯୋଗ ଦେଇ ଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିମଲ କୁମାର ବାରୋଇ,ବିଦ୍ୟାଳୟ ର ସଭାପତି ଓ ଗ୍ରାମର ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ |

ଏହି ବୃକ୍ଷ ରେପନ କାର୍ଯ୍ୟକ୍ରମ ରେ ରାଇଘର ବ୍ଲକ O U W ଜ ସବାପତି ନରସିଂହ ବାଘ ସବା ପରିଚାଳନା କରିଥିଲେ ଓ ଚକଲେଟ ବଣ୍ଟନ କରିଥିଲେ ଏବଂ ଲାଳଧର ଦୁର୍ଗା ଖାତା କଲୋମ ପେନସିଲେ ଛାତ୍ର ଛାତ୍ରୀ ମାନଙ୍କ ବଣ୍ଟନ କରିଥିଲେ ବରେଣ୍ୟ ଅତିଥି ଗଣ ନିଜ ନିଜ ଅବିଭାଷଣରେ ବର୍ତମାନ ର ପୃଥିବୀ ଅବସ୍ଥା, ପରିବେଶ ଓ ବାତାବରଣ ସାଙ୍ଗକୁ ବୃକ୍ଷ ରୋପଣ ର ଆବଶ୍ୟକତା ଉପରେ ପ୍ରାଞ୍ଜଳ ଭାବେ ବୁଝେଇବା ସହିତ ଉପସ୍ଥିତ ସମସ୍ତ ସଦସ୍ୟ ଓ ଜନସାଧାରଣଙ୍କୁ ବୃକ୍ଷ ରୋପଣ କରିବା ସହିତ ତାର ଯତ୍ନ ନେବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ

|ତତ ସହିତ, ସମସ୍ତେ ସାମ୍ବାଦିକତା କରିବା ସହିତ ସମାଜସେବାରେ ଜଡିତ ରହି ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ | (ଉମରକୋଟ ରୁ ଲାଳଧର ଦୁର୍ଗା ଙ୍କ ରିପୋର୍ଟ ଆଇ ଜେବି ନିୟୁଜ )