ପୁରୁଷୋତ୍ତମପୁର ତା-୧୬/୨/ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅଞ୍ଚଳ ରେ ଆଜି ସଂଯୁକ୍ତ କିସାନ ମୋର୍ଚ୍ଚା. କେନ୍ଦ୍ରୀୟ ଟ୍ରେଡ଼ ୟୁନୀୟନମାନଙ୍କର ମିଳିତ ମଞ୍ଚ ଓ, ସ୍ୱାଧୀନ ଫୋଡୋରେସନ ସମ୍ମୁହ ତରଫରୁ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀରେ କୃଷକ ସ୍ୱାର୍ଥ ବିରୋଧୀ 4 ଟି ଶ୍ରମକୋଡ଼ ବାତିଲ, ଲକ୍ଷ୍ମୀପୁର କୃଷକ ଗଣହତ୍ୟା ଷଡଯନ୍ତ୍ରରେ ଅଭିଯୁକ୍ତ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କୁ ବିରୋଧରେ ଏବଂ ଅଙ୍ଗନବାଡି କର୍ମୀ ମାନଙ୍କର ଦରମା ବୃଦ୍ଧି, ରେଗା ଶ୍ରମିକ ମାନଙ୍କ ଦୌନିକ ମଜୁରୀ 600 ଟଙ୍କା ବଢାଇବା, କୃଷକ ମାନଙ୍କର ଋଣ ଛାଡ଼ କରିବା, ନିଯୁକ୍ତିର ଆଉଟସୋର୍ସିଙ୍ଗ ଠିକାକରଣ, ଅସ୍ଥାୟୀକରଣ ଓ ଫିକ୍ସଡ଼ ଟର୍ମ ନିଯୁକ୍ତି ବ୍ୟବସ୍ଥା ବନ୍ଦ କରି ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ସମସ୍ତ ଖାଲି ପଦବୀକୁ ପୂରଣ କରିବା, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଭଳି ସବୁ କ୍ଷେତ୍ରରେ ଅସଂଙ୍ଗଠିତ ଶ୍ରମିକମାନଙ୍କ ପାଇଁ ଶ୍ରମ କଲ୍ୟାଣ ବୋର୍ଡ ଗଠନ କରିବା, ରେଳବାଇ, ପ୍ରତିରକ୍ଷା, ବିଦ୍ୟୁତ, କୋଇଲା, ତୌଳ କ୍ଷେତ୍ର, ଇସ୍ପାତ ଟେଲିକମ, ଡାକ, ପରିବହନ, ବୀମାନ, ବନ୍ଦର, ଏବଂ ବ୍ୟାଙ୍କ, ବୀମାରେ ସମସ୍ତ ପ୍ରକାର ସୁବିଧା ଯୋଗାଇବା ଏବଂ।

ଦରଦାମକୁ ନିୟତ୍ରଣ କରିବା ଉଦେଶ୍ୟରେ ସଂଯୁକ୍ତ କିସାନ ମୋର୍ଚ୍ଚା. କେନ୍ଦ୍ରୀୟ ଟ୍ରେଡ଼ ୟୁନୀୟନମାନଙ୍କର ମିଳିତ ମଞ୍ଚ ଓ, ସ୍ୱାଧୀନ ଫୋଡୋରେସନ ସମ୍ମୁହ ତରଫରୁ କେନ୍ଦ୍ର ସରକାରଙ୍କ ଆନ୍ଦୋଳନ ଓ ଧର୍ମଘଟ କରାଯାଇଥିଲା, ଏହି ଆନ୍ଦୋଳନ ଓ ଧର୍ମଘଟକୁ ଗଞ୍ଜାମ ଜିଲ୍ଲା ଏ ଆଇ ୟୁ ଟି ସି ନେତୃତ୍ୱର କାର୍ଯ୍ୟକାରିଣୀ ସଦସ୍ୟ ପ୍ରବୀଣ କୁମାର ଦାସ, ଏ ଆଇ କେ ଏସ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟନାରାୟଣ ମହାପାତ୍ର, ପ୍ରକାଶ ଚନ୍ଦ୍ର ବେହେରା, ଜୋନ କ୍ଷେତ୍ର ମଜଦୁର ସଙ୍ଘ ସଦସ୍ୟ, ଏଥିରେ ଜାତୀୟ କଂଗ୍ରେସ ର ପୁରୁଷୋତ୍ତମପୁର ଏନଏସି ନଗର

ସଭାପତି ମନୋରଞ୍ଜନ ଦାସ, ବ୍ଲକ ସଭାପତି ପ୍ରଦୀପ କୁମାର ମହାରଣା, ନଗର ଉପସଭାପତି ସୁଶାନ୍ତ କୁମାର ଗୌଡ଼, ସମ୍ପାଦକ ସୁନୀଲ କୁମାର ବେହେରା, ପବିତ୍ର ସେଠୀ, ସେହିପରି ସିପିଆଇ କର୍ମୀ ପ୍ରହଲ୍ଲାଦ ସ୍ୱାଇଁ, କିଶୋର ଚନ୍ଦ୍ର ମହାରଣା, ଭଗବାନ ପ୍ରଧାନ, ଅଙ୍ଗନବାଡି କର୍ମୀ ସଭାପତି ମମତା ଖୁଣ୍ଟିଆ, ଦମୟନ୍ତୀ ଦୋରା, ସେକ୍ଟର ଲିଡର ଅନିତା ପଟନାୟକ, ବନୀତା ଦାଶ, ପୁଷ୍ପଲତା ବେହ୍ୱରା, ପଦ୍ମା, ମୀରା ପାଢ଼ୀ, ମଧୁ ପଣ୍ଡା, ସୁଜାତା, ନର୍ମଦା, କବିତା, ଙ୍କ ସହ ସମସ୍ତ ଅଙ୍ଗନବାଡି କର୍ମୀଙ୍କ ଉପସ୍ଥିତରେ ପୁରୁଷୋତ୍ତମପୁର ସ୍ଥିତ ସପ୍ନେଶ୍ୱର ମନ୍ଦିର ନିକଟରୁ ରାଲି ବାହାର କରି ପୁରୁଷୋତ୍ତମପୁର ବ୍ଲକ ପରିସରରେ ପହଞ୍ଚି ଆନ୍ଦୋଳନ କରି ଧାରଣା ରେ ବସିଥିଲେ | ରିପୋର୍ଟ ପ୍ରସନ୍ନ କୁମାର ଦାସ
