You are currently viewing କୂଳ ଘାଈ ଖାଇ ଜନବସତି ମୁହାଁ ହେଉଛି ଅଶାନ୍ତ ସମୁଦ୍ରମୋନ୍ଥା ବାତ୍ୟା ପାଇଁ ଆତଙ୍କିତ ୩ ଗାଁଅବ୍ୟବସ୍ଥାରେ ଗଞ୍ଜାମ ବ୍ଲକର ବାତ୍ୟା ମୁକାବିଲା ପ୍ରସ୍ତୁତିସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ଜୀବିକା ଉଜୁଡ଼ି ଯିବା ଆଶଙ୍କା
କୂଳ ଘାଈ ଖାଇ ଜନବସତି ମୁହାଁ ହେଉଛି ଅଶାନ୍ତ ସମୁଦ୍ରମୋନ୍ଥା ବାତ୍ୟା ପାଇଁ ଆତଙ୍କିତ ୩ ଗାଁଅବ୍ୟବସ୍ଥାରେ ଗଞ୍ଜାମ ବ୍ଲକର ବାତ୍ୟା ମୁକାବିଲା ପ୍ରସ୍ତୁତିସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ଜୀବିକା ଉଜୁଡ଼ି ଯିବା ଆଶଙ୍କା

ରମ୍ଭା, ତା:୨୮/୧୦(I j B ) ମୋନ୍ଥାର ପ୍ରଭାବରେ ସମୁଦ୍ର ତାଣ୍ଡବ ରଚିଛି ।ଗଞ୍ଜାମ ବ୍ଲକର ତିନିଖଣ୍ଡ ସମୁଦ୍ର ଉପକୂଳବର୍ତ୍ତୀ ୩ ଖଣ୍ଡ ଗ୍ରାମ ସମୁଦ୍ରରେ ଲୀନ ହୋଇଯିବା ଆଶଙ୍କା କରାଯାଉଛି ।ସମୁଦ୍ରର ଲୁଣା ପାଣିରେ ଧୋଇ ହୋଇଗଲାଣି ଅନେକ ଘର,ମଶାଣି ଓ ମନ୍ଦିର ।ମଙ୍ଗଳବାର ଦିନ ସମସ୍ତ ଗଣମାଧ୍ୟମ ସାମ୍ନାରେ କୂଳରେ ଥିବା ଘରଟି ସମୁଦ୍ର ଲଘୁଚାପ ମାଡ଼ରେ ଲୀନ ହୋଇ ଯାଇଥିବା ଘଟଣାଟି ଦେଖିବାକୁ ମିଳିଛି ।


ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।ଏଭଳି ପସ୍ଥିତିରେ ପ୍ରଶାସନ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୋୖଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି ।
ଗତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୁରୁଣା ପୋଡ଼ମପେଟା ଗ୍ରାମର ୪ଖଣ୍ଡ ସାହିର ପାଖାପାଖି ୪୦୦ରୁ ଉର୍ଦ୍ଧ୍ବ ଘର ସମୁଦ୍ରରେ ଲୀନ ହୋଇ ସାରିଲାଣି ।ଗତ କିଛି ବର୍ଷ ପୂର୍ବେ ଏହି ସମୁଦ୍ର ପୁରୁଣା ପୋଡ଼ମପେଟା ଗ୍ରାମଠାରୁ ୨ କିଲୋମିଟର ପଛକୁ ଥିବା ବେଳେ ଆଜି ସମୁଦ୍ର ଅଶାନ୍ତ ହୋଇ କୂଳ ଖାଇ ନିକଟବର୍ତ୍ତୀ ଗ୍ରାମ ନୂଆ ପୋଡ଼ମପେଟା,ଗୋଖରକୁଦା,କଣ୍ଟିଆଗଡ଼ ଗ୍ରାମ ମୁହାଁ ହେଉଛି ।ଏଭଳି ସ୍ଥିତିରେ ମୋନ୍ଥା ଭଳି ବାତ୍ୟା ସେମାନଙ୍କ ବିପଦ ସମସ୍ୟାକୁ ଦ୍ବିଗୁଣିତ କରିଛି ।


ଭବିଷ୍ୟତରେ ଏହି ତିନିଖଣ୍ଡ ଗ୍ରାମ ସମୁଦ୍ରରେ ମଧ୍ୟ ଲୀନ ହୋଇଯିବା ଆଶଙ୍କା ରହିଛି ।ହେଲେ ଏବେ ମୋନ୍ଥାର ପ୍ରଭାବ କଣ ରହିବ ଏନେଇ ସେମାନେ ଆତଙ୍କିତ ହେବା ସହ ମୁଣ୍ଡରେ ହାତ ଦେଇ ବସିଛନ୍ତି ।ପୂର୍ବରୁ ସମୁଦ୍ର ଆତଙ୍କ ପ୍ରଭାବରେ ବହୁତ ଧନ ଜୀବନ ନଷ୍ଟ ହୋଇ ଯାଇଥିବା ବେଳେ ବର୍ତ୍ତମାନ ସେମାନଙ୍କ ଧନ ଜୀବନର ସୁରକ୍ଷା ଉପରେ ଉଠିଛି ପ୍ରଶ୍ନ ।


ବାତ୍ୟା ହେଲେ ପୋଡ଼ମପେଟା ,ନୀଳାଦ୍ରିପୁର,କଣ୍ଟିଆଗଡ଼ ଗ୍ରାମର ମତ୍ସ୍ୟଜୀବୀମାନେ କୂଳ ଖାଇ ଗାଁ ଘାଈକୁ ମାଡ଼ ହେଉଛି ।ସେମାନଙ୍କ ଡ଼ଙ୍ଗା ଓ ଜାଲ ରଖିବାକୁ କୂଳରେ ସ୍ଥାନ ନାହିଁ ।ସେମାନେ ସମୁଦ୍ର ମୁହାଣରେ ଲକ୍ଷାଧିକ ଟଙ୍କାର ଡ଼ଙ୍ଗା ରଖିଛନ୍ତି ।ମୋନ୍ଥା ପ୍ରଭାବରେ ସେହି ଡ଼ଙ୍ଗାଗୁଡ଼ିକ ସମୁଦ୍ରରେ ଭାସିଯିବା ଆଶଙ୍କା ରହୁଥିବା ସେମାନେ କହିଛନ୍ତି ।ଆସନ୍ତା କିଛି ମାସ ପର୍ଯ୍ୟନ୍ତ ସେମାନଙ୍କ ଜୀବିକା ଉଜୁଡିଯିବ ବୋଲି ମତ ଦେଇଛନ୍ତି ।ମଙ୍ଗଳବାର ଦିନ ପ୍ରକାଶିତ କେତେକ ଗଣମାଧ୍ୟମରେ ଦିଆଯାଇଥିବା ରିପୋର୍ଟ ମିଥ୍ୟା ବୋଲି ଜଣାପଡିଛି ।ବାସ୍ତବରେ ପ୍ରଶାସନ ପକ୍ଷରୁ କୌଣସି ଥଇଥାନ କରାଯାଇ ନଥିବା ଅଭିଯୋଗ ହୋଇଛି ।ଗତ ବାତ୍ୟାରେ ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳରେ ଥିବା ଅନେକ ପରିବାରଙ୍କୁ ଥଇଥାନ କରାଯାଇ ସେମାନଙ୍କୁ ରିଲିଫ ଓ ସୁରକ୍ଷା ପାଇଁ ସେମାନଙ୍କୁ ଅନେକ ଜିନିଷ ମିଳିଥିଲା ।ବର୍ତ୍ତମାନର ମୋନ୍ଥା ବାତ୍ୟା ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ଗତି କରିବାର ଆଶଙ୍କା ଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନର ଖାମଖିଆଲ ଯୋଗୁଁ ବାତ୍ୟା ମୁକାବିଲା ପ୍ରସ୍ତୁତି ଅବ୍ୟବସ୍ଥାରେ ଥିବା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।ପାଳିବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ କହିଛନ୍ତି ଯେ ଏତେ ବଡ଼ ବାତ୍ୟା ସନ୍ଧ୍ୟା ସମୟରେ ସ୍ଥଳଭାଗ ଛୁଇଁବ ବୋଲି ସତର୍କତା କରାଯାଉଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରିଲିଫ ବ୍ୟବସ୍ଥା ଏପର୍ଯ୍ୟନ୍ତ କରାଯାଉ ନାହିଁ ।


ଗଞ୍ଜାମ ବ୍ଲକରେ ବାତ୍ୟା ମୁକାବିଲା ପ୍ରସ୍ତୁତି କେମିତି ଚାଲିଛି ଖୁଦ୍ ସମୁଦ୍ର ଉପକୂଳରେ ଥିବା ପାଳିବନ୍ଧ ପଂଚାୟତର ପୂର୍ବତନ ସରପଞ୍ଚ ଦିଲ୍ଲୀପ ଛୋଟରାୟ କହିଛନ୍ତି ।ବିଧାୟକ ସମୀକ୍ଷାକୁ ଆସିଲେ ତାଙ୍କ ଆଗରେ ସ୍ଥାନୀୟ ପ୍ରଶାସନ ତତ୍ପରତା ଦେଖାଉଥିବା ଅଞ୍ଚଳବାସୀ କହିଛନ୍ତି ।ବାସ୍ତବରେ ସ୍ଥାନୀୟ ପ୍ରଶାସନର ଢ଼ିଲା ପ୍ରସ୍ତୁତି ।

(ରମ୍ଭାରୁ ପ୍ରତିନିଧି ସୁଜିତ କୁମାର ବେହେରାଙ୍କ ରିପୋର୍ଟ )