ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ବଡ ଡୁମୂଳା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଡଲି ମହୁଲପଡା ନାମକ ଏକ ଦୁର୍ଗମ ଆଦିବାସୀ ଗ୍ରାମର ଦୁଇ ବିଧବା ସଉତୁଣୀ ଙ୍କ କରୁଣ କାହାଣୀ ପ୍ରସାରଣ ର ୨୪ ଘଣ୍ଟା ମଧ୍ୟରେ ଗଞ୍ଜମ ବିକାଶ ମଞ୍ଚ ର ବହୁ ସଦସ୍ୟ ଦୁର୍ଗମ ଅଞ୍ଚଳ ପହଞ୍ଚି ଅସହାୟ ଦୁଇ ବିଧବା ବୃଦ୍ଧା ଯଥା କାଞ୍ଚନ ଓ ତାରିଣି ମଲିକଙ୍କୁ ୩ ମାସ ପାଇଁ ଚାଉଳ ର ତୁରନ୍ତ ସହାୟତା ପ୍ରଦାନ କରାଗଲା । ଗଞ୍ଜାମ ବିକାଶ ମଞ୍ଚ ର ସଭାପତି ତଥା ଆଇନଜୀବୀ ରାମକୃଷ୍ଣ ପାଢ଼ୀ ଓ ସଦସ୍ୟ ଯଥା ଯୁବ ସମାଜସେବୀ ଆଡଭୋକେଟ ଡଃ ପ୍ରଫୁଲ୍ଲ ପ୍ରଧାନଙ୍କ ତୁରନ୍ତ ସହାୟତା ଓ ହସ୍ତକ୍ଷେପ ପରେ ପ୍ରଶାସନ ତରଫ ରୁ ରାସନ୍ କାର୍ଡ ରେ ଥିବା ତୃଟି କୁ ସୁଧାରି ନୂଆ ରାସନ୍ କାର୍ଡ ପ୍ରଦାନ କରାଗଲା।
ରାସନ୍ ଚାଉଳ ପାଇବାରୁ ବଞ୍ଚିତ ଥିବା ମହୁଲପଡା ଗ୍ରାମର ଦୁଇ ଗରିବ ମହିଳା କାଞ୍ଚନ ମଲିକ ଓ ତାରିଣି ମଲିକ ଦିଗପହଣ୍ଡି ବ୍ଲକ୍ କାର୍ଯ୍ୟାଳୟ ରୁ ନୂଆ ରାସନ୍ କାର୍ଡ ପାଇଲା ପରେ ଗଞ୍ଜାମ ବିକାଶ ମଞ୍ଚ ର ସଦସ୍ୟ ଓ ପ୍ରଶାସନ କୁ ବହୁତ ବହୁତ ଧନ୍ୟବାଦ ଜଣାଇଥିଲେ ।
ଦିଗପହଣ୍ଡି ପ୍ରଶାସନ ତୁରନ୍ତ ସମାଧାନ ଓ ରାସନ୍ କାର୍ଡ ପ୍ରଦାନ କରିଥିବାରୁ ଗଞ୍ଜାମ ବିକାଶ ମଞ୍ଚ ତରଫ ରୁ ବିଡ଼ିଓ ମହୋଦୟ ଙ୍କୁ ଧନ୍ୟବାଦ ଦିଆଯାଇଥିଲା।

