You are currently viewing ଶ୍ରୀ ମହାବୀର ଯୁବ ପରିଷଦର ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ “ମହାବୀର ଉଦ୍ୟାନ” ସ୍ଥାପନ
ଶ୍ରୀ ମହାବୀର ଯୁବ ପରିଷଦର ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ “ମହାବୀର ଉଦ୍ୟାନ” ସ୍ଥାପନ

କଟକ : ୪୨ ମୌଜା ଅନ୍ତର୍ଗତ ଶ୍ରୀରାମ କାଠଯୋଡି ନଦୀକୂଳରେ ପବିତ୍ର ରାଧାଷ୍ଟମୀ ଅବସରରେ ଶ୍ରୀ ମହାବୀର ଯୁବ ପରିଷଦର ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବୃକ୍ଷ ଚାରା ରୋପଣ କରି “ମହାବୀର ଉଦ୍ୟାନ” ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଂଶୀଧର ସ୍ମୃତି ଉଦ୍ୟାନ ନିକଟବର୍ତ୍ତୀ ଏକ ନୂତନ ଅଞ୍ଚଳରେ ପରିବେଶ ସମ୍ପାଦକ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କ ସମ୍ପାଦନାରେ ସଭାପତି ଆଇନଜୀବୀ କେଶବ ଚନ୍ଦ୍ର କର, ସମ୍ପାଦକ ବସନ୍ତ କୁମାର ପଣ୍ଡା, ସଂଯୋଜକ ଭଗବତି ପ୍ରସାଦ ପତି, ପଣ୍ଡିତ ଜଗନ୍ନାଥ ଆଚାର୍ଯ୍ୟ,ପୂର୍ବତନ ସରପଞ୍ଚ ରାମ ଚନ୍ଦ୍ର ଗୋଛାୟତ, ନୀଳମଣି ପାଣ୍ଡେ,ଶାଶ୍ଵତ କର, ହେମନ୍ତ ଖଟୁଆ,ପରିବେଶ ପ୍ରେମୀ ରବୀନ୍ଦ୍ର ସାହୁ,ହୋମିଓପାଥିକ୍ ଚିକିତ୍ସକ ତ୍ରିଲୋଚନ ସାହୁ,ସୁମିତ୍ରା ସ୍ୱାଇଁ,ମାନସ କୁମାର ପଣ୍ଡା,ରିତିକ ନାୟକ,ସାମ୍ୱାଦିକ ଦୀପକ କୁମାର ଆଚାର୍ଯ୍ୟ,ବିଶ୍ଵ ରଞ୍ଜନ ଦାସ,ଅଶୋକ କୁମାର ପତି,ପର୍ଶୁରାମ ବେହେରା ଓ ଦୀନବନ୍ଧୁ ସାମଲ ପ୍ରମୁଖ ଯୋଗ ଦେଇ ଅଁଳା,ଚନ୍ଦନ,ଅର୍ଜ୍ଜୁନ, ଆଶୋକା,ଆମ୍ବ,ପଣସ ଓ ନଡ଼ିଆ ପ୍ରଭୃତି ୬୦ ଟି ଫଳ ପୁଷ୍ପ ବୃକ୍ଷ ଚାରା ରୋପଣ କରିଥିଲେ ।

ଏହି ଅବସରରେ ଅତୀତରେ ନଦୀ ବଢିରେ ପ୍ରସସ୍ଥ ହୋଇ ଯାଇଥିବା କାଠଯୋଡି ନଦୀରେ ବିଲୀନ ହୋଇଯାଇଥିବା ପ୍ରାଚୀନ ଶ୍ରୀ ଭିମେଶ୍ୱର ମହାଦେବଙ୍କ ୨ୟ ମନ୍ଦିରର ଦୀର୍ଘ ୩୫ ବର୍ଷ ତଳେ ନଦୀ ଗର୍ଭରୁ ଉଧୃତ ଦୁଇଟି ବିରାଟ କାୟ ବିରଳ ଧଳା ପଥର ଏହି ବାଟିକାରେ ପୂଜାର୍ଚ୍ଚନା ସହ ସ୍ଥାପନ କରାଯାଇଥିଲା । କାର୍ଯ୍ୟକ୍ରମରେ “ପୂର୍ଣ୍ଣାନନ୍ଦ କର ଚାରିଟେବୁଲ ଟ୍ରଷ୍ଟ” ଓ “ଶ୍ରୀ ଭୀମେଶ୍ୱର ମହିମା ପ୍ରଚାର ସମିତି”ର କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।