ଲାପଟପ ଓ ଟଙ୍କା ପାଇ ଫେରାଇଲେ ଯୁବକ
ଆଜି କାଲିକା ଦୁନିଆରେ କିଏ ବା କାହାକୁ ପଚାରେ, ଆଉ ଟଙ୍କା ଦେଖିଲେ ତ ସମସ୍ତଙ୍କୁ ଲୋଭ ଗ୍ରାସ କରିଥାଏ. କିନ୍ତୁ ଆଜିବି କିଛି ମଣିଷ ସମାଜରେ ଏମିତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯାହା ମଧ୍ୟରେ ମାନବିକତା ଗୁଣ ଟି ରହିଥାଏ। ଜଣେ ଯୁବକ ରାସ୍ତାରୁ ଲାପଟପ ଓ ଟଙ୍କା ଭର୍ତି ବ୍ୟାଗ ପାଇ ଫେରାଇ ଦେଇଛନ୍ତି। ତାବକର ଏହି ଭଳି ଗୁଣ କୁ ସମସ୍ତେ ଭୁରି ପ୍ରଶଂସା କରୁଛନ୍ତି। ସୂଚନା ଯୋଗ୍ୟ ଯେ କିରଣ ସାହୁ ନାମକ ଜଣେ ଯୁବକ ଛତ୍ରପୁର ରୁ ଭୁବନେଶ୍ୱର ବାଇକ ରେ ଯାଉଥିବା ସମୟରେ କୌଣସି ଅସାବଧାନତା କାରଣରୁ ନାଚୁଣୀ ନିକଟସ୍ଥ ବରଡ଼ି ଛକରେ ବାଇକ ରୁ ବ୍ୟାଗ ଟି ଖସିପଡ଼ିଥିବାବେଳେ କିରଣ ଏକଥା ଜାଣିପାରିନଥିଲେ। ସେହି ସମୟରେ ସେହି ବାଟଦେଇ ଯାଉଥିବା ରଂଜିତ କର ନାମକ ଜଣେ ବ୍ୟକ୍ତି ଉକ୍ତ ବ୍ୟାଗ ଟିକୁ ଦେଖି ଅଟକିବା ସହିତ ବ୍ୟାଗ ରେ ଟଙ୍କା ଓ ଲାପଟପ ଦେଖିବା ପରେ ତୁରନ୍ତ ନିକଟରେ ଥିବା ନାଚୁଣୀ ଥାନାରେ ଦାଖଲ କରିଥିଲେ.। ନାଚୁଣୀ ପୋଲିସ ବ୍ୟାଗ ରେ ଥିବା କାଗଜତ୍ର ଯାଞ୍ଚ କରିବା ପରେ ଏହା କିରଣ ଙ୍କର ବୋଲି ଜାଣିବା ପରେ ତୁରନ୍ତ ଏ ନେଇ କିରଣ ଙ୍କୁ ଯୋଗାଯୋଗ କରିବା ସମୟରେ ଜାଣିଥିଲେ ଯେ କିରଣ ଟାଙ୍ଗି ରେ ପହଂଚିଛନ୍ତି ବୋଲି ପୋଲିସ ତାଙ୍କୁ ତୁରନ୍ତ ଡକାଇ ଡ୍ରାଇଭର ମହାସଂଘ ଓ କିଛି ଭଦ୍ର ବ୍ୟକ୍ତି ଙ୍କ ଉପସ୍ଥିତିରେ ଉକ୍ତ ବ୍ୟାଗ ଟିକୁ କିରଣ ଙ୍କୁ ଫେରାଇଥିଲେ। କିରଣ ବ୍ୟାଗ ପାଇବା ପରେ ରଂଜିତ କର ଓ ନାଚୁଣୀ ପୋଲିସ ଙ୍କ ସମେତ ଡ୍ରାଇଭର ମହାସଂଘର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ।
