You are currently viewing ମେରା ୟୁବା ଭାରତ ତରଫରୁ ଜାତୀୟ ପତକା ଦିବସ୍ ଅନୁଷ୍ଠିତ
ମେରା ୟୁବା ଭାରତ ତରଫରୁ ଜାତୀୟ ପତକା ଦିବସ୍ ଅନୁଷ୍ଠିତ

ପୁରୁଷୋତ୍ତମପୁର:- ମେରା ୟୁବା ଭାରତର ଗଞ୍ଜାମ ଜିଲ୍ଲାର ଶାଖା ତରଫରୁ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୭ନଂ ୱାର୍ଡର ମା ତାରାତାରିଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ଜାତୀୟ ପ୍ରତକା ଦିବସ ଅନୁଷ୍ଠିତ ହୋଇଥିଲା। ଏଥିରେ ଜୟ ଶ୍ରୀ ରାମ ଯୁବ ସଂଘ ସଭାପତି କେ ରମେଶ ଦୋରା ମଞ୍ଚ ପରିଚାଳନା କରିଥିଲେ। ଅତିଥି ରୂପେ ,ଡଃ କୃଷ୍ଣ ଚନ୍ଦ୍ର ନାୟକ, ଟୁକୁନା ବେହେରା, ପୂର୍ଣଚନ୍ଦ୍ର ମହାପାତ୍ର ମଞ୍ଚାସୀନ ହୋଇଥିଲେ।

ଅତିଥିମାନେ ଜାତୀୟ ପ୍ରତକାର ଓ ତିନୋଟି ରଙ୍ଗର ମହତ୍ବ ବିଷୟରେ ଅଭିଭାଷଣ ରଖିଥିଲେ ଏବଂ ଶେଷରେ ଯୁବ ସଂଘ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଏଥିରେ ଡି ଶ୍ୟାମବାବୁ ଦୋରା, ବିଚିତ୍ର ନାୟକ, ପ୍ରହଲ୍ଲାଦ ବେହେରା, ଦେବରାଜ ବେହେରା , ନାଗେଶ୍ବର ଦୋରା,ଗଣେଶ ପଣ୍ଡା, ଅଭିରାମ ସ୍ବାଇଁ, ଗିରିଜା ଶଙ୍କର ମହାପାତ୍ର, ଦିନେଶ ନାୟକ , ଆକାଶ ନାୟକ, ଗଜାନନ ଗୈଡ , ବୁଲୁ ପ୍ରଧାନ, ନିରଖୀ ପ୍ରଧାନ ଅନେକ ଯୁବ ଗୋଷ୍ଠୀ ଉପସ୍ଥିତ ଥିଲେ।