You are currently viewing କୋଦଳା କୋର୍ଟ ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଅତିରିକ୍ତ ଜିଲ୍ଲା ଦୌରାଜର୍ଜ
କୋଦଳା କୋର୍ଟ ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଅତିରିକ୍ତ ଜିଲ୍ଲା ଦୌରାଜର୍ଜ

ଗଞ୍ଜାମ ଜିଲ୍ଲା କୋଦଳା କୋର୍ଟ ପରିସର ରେ ଆଜି ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଚିନ୍ମୟ ଗୋଛାୟତ ଯୋଗଦେଇ ସ୍ୱଚ୍ଛତା ହିଁ ସମ୍ପଦ, ପାରିବେଶ ସ୍ୱଚ୍ଛ ରହିଲେ ଶରୀର ସୁସ୍ଥ ରହିବ। ନିଜ ପରିବେଶ ସଫା ରଖିବା ଦାୟିତ୍ୱ ନିଜର, ନିଜେ ସଫା ରହିବା ପରିବେଶ କୁ ସଫା ରଖିବା ସମାଜକୁ ସଫା ରଖିବାରେ ସହାୟକ ହେବା ବୋଲି ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ କୋର୍ଟ ପରିସରକୁ ସଫା କରିଥିଲେ। ଏଥିରେ ଜେ ଏମ ଏଫ ସି ବିମଳ ଲକ୍ଷ୍ମୀ ଚୌଧୁରୀ, ସରକାରୀ ଓକିଲ ବାଳକୃଷ୍ଣ ପଣ୍ଡା, ବରିଷ୍ଠ ଆଇନଯିବି ସୁବାସ ଚନ୍ଦ୍ର ସାହୁ, ଅବନୀ ମିଶ୍ର ଙ୍କ ସମେତ କୋର୍ଟ କର୍ମଚାରୀ ଉପସ୍ଥିତ ଥିଲେ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।