କଟକ: ଭାରତର ଘରୋଇ ଇକମର୍ସ ମାର୍କେଟପ୍ଲେସ୍ ଫ୍ଲିପ୍କାର୍ଟ ଭାରତର କାରିଗର, ବୁଣାକାର, ଏସ୍ଏଚ୍ଜି, ମହିଳା ଓ ଗ୍ରାମାଂଚଳ ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ପାଇଁ ଉତ୍ସର୍ଗୀକୃତ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ୫ ବର୍ଷର ଯାତ୍ରା ସଫଳତାକୁ ପାଳନ କରିଛି । ଏହି କାର୍ଯ୍ୟକ୍ରମରେ ୨୫୦ରୁ ଅଧିକ ଇଣ୍ଡଷ୍ଟ୍ରୀ ଲିଡର, ସେଲର, କାରିଗର, ବୁଣାକାର ଓ ଏସ୍ଏଚ୍ଜି ଆଦି ଯୋଗ ଦେଇଥିଲେ ଯାହା ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ଓ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ଉଦ୍ୟୋଗିକତା ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) ଏବଂ ଶିକ୍ଷା ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀ, ଏମ୍ଏସ୍ଡିଇର ସଚିବ ଅତୁଲ କୁମାର ତିୱାରୀ (ଆଇଏଏସ୍), ଏମ୍ଏସ୍ଡିଇର ଯୁଗ୍ମ ସଚିବ ସୋନଲ ମିଶ୍ରଙ୍କ (ଆଇଏଏସ୍) ଭଳି ସମ୍ମାନିତ ବ୍ୟକ୍ତିଗଣ ଉପସ୍ଥିତ ଥିଲେ । ସମର୍ଥ ଇଭେଂଟ୍ରେ ଫ୍ଲିପ୍କାର୍ଟର ସପ୍ଲାଇ ଚେନ୍ ଅପରେଶନ୍ସ ଏକାଡେମୀ (ଏସ୍ସିଓଏ), ଦକ୍ଷତା ବିକାଶ ଓ ଉଦ୍ୟୋଗିକତା ମନ୍ତ୍ରଣାଳୟ (ଏମ୍ଏସ୍ଡିଇ) ସହ ଏକ ଏମ୍ଓୟୁ ସ୍ୱାକ୍ଷର କରିଛି । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମ୍କେଭିୱାଇ) ୪.୦ ଅଧିନରେ ଏହି ସହଭାଗିତା ଭାରତର ହଜାର ହଜାର ଯୁବପିଢିଙ୍କ ଦକ୍ଷତା ବୃଦ୍ଧି କରିବା, ଇକମର୍ସ ଓ ଯୋଗାଣ ଶୃଙ୍ଖଳା କ୍ଷେତ୍ରରେ ସେମାନଙ୍କର ରୋଜଗାର କ୍ଷମତାକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛି । ଫ୍ଲିପ୍କାର୍ଟ ଟିମ୍ ଫ୍ଲିପ୍କାର୍ଟ ଫ୍ୟାସିଲିଟିଗୁଡିକରେ ୪୫ ଦିନର ହ୍ୟାଣ୍ଡ୍ସ-ଅନ୍ ଇଣ୍ଡଷ୍ଟ୍ରୀ ଏକ୍ସପୋଜର ପରେ ୭ ଦିନର ବିସ୍ତୃତ ଶ୍ରେଣୀଗୃହ ତାଲିମ ସହିତ ପ୍ରାର୍ଥୀମାନଙ୍କୁ ଏକ ସାମଗ୍ରିକ ଅନୁଭୂତି ଓ ତାଲିମ ପ୍ରଦାନ କରୁଛି । ଏହି ସହଭାଗିତା ଯୁବପିଢିଙ୍କୁ ସଫଳ କ୍ୟାରିୟର ପାଇଁ ପ୍ରସ୍ତୁତ କରୁଥିବା ସ୍ୱତନ୍ତ୍ର ଟ୍ରେନିଂ ଓ ସାର୍ଟିଫିକେଶନ ପ୍ରୋଗ୍ରାମ ପ୍ରଦାନ କରି ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବା ପାଇଁ ପ୍ରସ୍ତୁତ ରହିଛି ।
ଦକ୍ଷତା ବିକାଶ ଓ ଉଦ୍ୟୋଗିକତା ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ପ୍ରଭାରୀ) ଏବଂ ଶିକ୍ଷା ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀ ଏକ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ସହ ଜଡିତ ରହି ଆନ୍ତର୍ଜାତୀୟ ଚାହିଦା ପାଇଁ ଯୁବପିଢ଼ିଙ୍କ ଦକ୍ଷତା ଉପରେ ଭାରତ ସରକାରଙ୍କ ମହତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ନିଜର ୫ ବର୍ଷର ଫ୍ଲିପ୍କାର୍ଟ ସମର୍ଥ ଯାତ୍ରା ସଫଳତା ପାଇଁ ଫ୍ଲିପ୍କାର୍ଟକୁ ପ୍ରଶଂସା କରି କହିଛନ୍ତି, “ଫ୍ଲିପ୍କାର୍ଟ ସମର୍ଥର ୫ ବର୍ଷର ଯାତ୍ରା ସଫଳତା କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିବା ଏମ୍ଏସ୍ଡିଇ ଓ ଫ୍ଲିପ୍କାର୍ଟ ଏସ୍ସିଓଏ ମଧ୍ୟରେ ଏହି ସହଭାଗିତା ଆମର ଯୁବପିଢିଙ୍କୁ ଆଧୁନିକ ବଜାରରେ ସଫଳ ହେବା ପାଇଁ ଉନ୍ନତ ଦକ୍ଷତା ସହ ସୁସଜ୍ଜିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ।” ଏସମ୍ପର୍କରେ ଫ୍ଲିପ୍କାର୍ଟ ଗ୍ରୁ୍ର ଚିଫ୍ କର୍ପୋରେଟ ଆଫାୟାର୍ସ ଅଫପିସର ରଜନିଶ କୁମାର କହିଛନ୍ତି, “ଏହି ସମର୍ଥ ୫-ଇୟର ଜର୍ଣ୍ଣି ମାଇଲଷ୍ଟୋନ ସେଲିବ୍ରେଶନ ଇଭେଂଟ୍ ଭାରତର ବୁଣାକାର, କାରିଗର ଓ ଏମ୍ଏସ୍ଏମ୍ଇଗୁଡିକୁ ସଶକ୍ତ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ରେଖାଙ୍କିତ କରୁଛି । ଆମର ସମର୍ଥ ଅଭିଯାନ ମାଧ୍ୟମରେ ଆମେ ନିଜ ଯାତ୍ରାର ଶେଷ ୫ ବର୍ଷ ମଧ୍ୟରେ ୧.୮ ମିଲିୟନ ଜୀବିକାକୁ ସକାରାତ୍ମକ ଭାବେ ପ୍ରଭାବିତ କରିଛୁ, ୧୦୦ରୁ ଅଧିକ ପାରମ୍ପରିକ ଆର୍ଟ ଫର୍ମଗୁଡିକୁ ସଂରକ୍ଷିତ ରଖିଛୁ ଏବଂ ହଜାର ହଜାର ସେଲରଙ୍କ ବିକାଶକୁ ତ୍ୱରାନ୍ୱିତ କରିଛୁ । ”
