୨୦/୧: ତାଳଚେର ଠାରେ ଏକ ଅତ୍ୟାଧୁନିକ ଟିଭିଏସ ସୋ ରୁମ୍ ଉଦଘାଟିତ ହୋଇଯାଇଛି l ମୂଖ୍ୟ ଅତିଥି ଭାବେ ଇଷ୍ଟ ଜୋନର ରାଷ୍ଟ୍ରୀୟ ମୂଖ୍ୟ ଅଜୟ ଗୁପ୍ତା, ସମ୍ମାନୀୟ ଅତିଥି ଭାବେ ଟିଭିଏସ କମ୍ପାନୀ ରାଜ୍ୟ ମୂଖ୍ୟ ଆଶିଷ ଜୟସ୍ୱାଲ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାତା ବସନ୍ତ ମଞ୍ଜରୀ ପ୍ରଧାନ, ଧର୍ମ ପତ୍ନୀ ମୃଦୂଳା ଟି. ପ୍ରଧାନ, ସୋ ରୁମ୍ ମୂଖ୍ୟ ତଥା ଅନୁଗୋଳ ଜିଲ୍ଲା ଡିଲର ଶୁଭଙ୍କର ଶତପଥୀ, ଡ କୁମାର ଗୌରବ ସାମଲ ପ୍ରମୁଖ ଯୋଗ ଦେଇ ଏହି ସୋ ରୁମ୍ କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ l ଟିଭିଏସ ସୋ ରୁମ୍ ରେ ବିଭିନ୍ନ ପ୍ରକାର ବାଇକ୍ ସୁଲଭ ମୂଲ୍ୟରେ ଉପଲବ୍ଧ ହେବା ସହ ଏହାର ସମସ୍ତ ପ୍ରକାର ପାର୍ଟ ମଧ୍ଯ ମିଳିବ l ଉପଭୋକ୍ତା ମାନେ ନିଜର ମନ ପସନ୍ଦର ଟିଭିଏସ ବାଇକ୍ ଏଠାରୁ କିଣି ପାରିବେ ଏବଂ ମରାମତି ମଧ୍ଯ କରିପାରିବେ ବୋଲି ସୋ ରୁମ୍ ପକ୍ଷରୁ କୁହାଯାଇଛି l ତାଳଚେର ତଥା ଆଖପାଖ ଅଞ୍ଚଳର ଲୋକେ ଏଠାକୁ ଆସି ଏହି ସୁଯୋଗ ହାସଲ ପାଇଁ ସୋ ରୁମ୍ ପକ୍ଷରୁ କୁହାଯାଇଛି l
