ସମ୍ବଲପୁର,୭/୮ (ମିତଲିପ୍ରିୟଦର୍ଶିନୀ) ସମ୍ପ୍ରତି ବୃକ୍ଷରୋପଣ ସପ୍ତାହ ସାରା ରାଜ୍ୟରେ ଚାଲିଛି l ମୁଖ୍ୟତଃ ବୃକ୍ଷରୋପଣର ଉପାଦେୟତା ଓ ଆବଶ୍ୟକତା ଏହି ସପ୍ତାହର ମୂଳ ଉଦେଶ୍ୟ l ପ୍ରତ୍ୟେକ ମନୁଷ୍ୟ ନିଜ ଜୀବନ କାଳ ଭିତରେ ଗୋଟାଏ ଗଛ ଲଗାଇବା ନିଜ ଜୀବନରେ ଏକ ବ୍ରତ ଭାବେ ନେବା ଦରକାର l ବୃକ୍ଷରୋପଣ ସପ୍ତାହର ପ୍ରlସଙ୍ଗିକତାକୁ ହୃଦୟଙ୍ଗମ କରି ସମ୍ବଲପୁର ଜିଲ୍ଲା ସାମାଜିକ ସମୀକ୍ଷକ ଆର୍ତତ୍ରାଣ ଶତପଥୀଙ୍କ ନେତୃତ୍ୱରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କନଖିଣ୍ଡା ପରିସରରେ ଅନୁଷ୍ଠିତ ହୋଇଯାଇଛି l ସାଧାରଣତଃ ନିମ୍ବ,ସଜନା, ଶାଳ, ଆମ୍ବ, ଲେମ୍ବୁ ଏବଂ କୃଷ୍ଣଚୁଡା ଗଛ ଏହି ଅବସରରେ ବିଦ୍ୟାଳୟ ପ୍ରାଙ୍ଗଣରେ ରୋପଣ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା ସଦସ୍ୟ, SHG ସଦସ୍ୟା,GRS, ଅଶ୍ୱିନୀ କଣ୍ଟା, ବ୍ଲକ ସାମାଜିକ ସମୀକ୍ଷକ ସବ୍ୟସାଚୀ ପଣ୍ଡା ଏବଂ ଗ୍ରାମ୍ୟ ସମ୍ବଳ ବ୍ୟକ୍ତି ରୁନୁ ଥପା, ଜୟନ୍ତୀ ରଣବିଡ଼ା ଓ ମାଗଦାଲି ସିନ୍ଧିରିଆ ପ୍ରମୁଖ ଉପସ୍ଥିତ ଥିଲେ l

