You are currently viewing ଖଲ୍ଲିକୋଟ ରାଣୀଙ୍କ ୮୯ ତମ ଜନ୍ମ ଦିବସବେଗୁନିଆପଡ଼ା ଠାରେ ମେଗା ରକ୍ତଦାନ ଶିବିର
ଖଲ୍ଲିକୋଟ ରାଣୀଙ୍କ ୮୯ ତମ ଜନ୍ମ ଦିବସବେଗୁନିଆପଡ଼ା ଠାରେ ମେଗା ରକ୍ତଦାନ ଶିବିର

କୋଦଳା(୦୫/୦୮/୨୦୨୬)
ଖଲ୍ଲିକୋଟ ରାଣୀ ସାହେବା ସ୍ବର୍ଗତଃ ଭି ସୁଜ୍ଞାନ କୁମାରୀ ଦେଓଙ୍କ ୮୯ ତମ ଜନ୍ମ ଦିବସରେ ଏକ ମେଗା ରକ୍ତଦାନ ଶିବିର ବେଗୁନିଆପଡ଼ା ସ୍ଥିତ ମର୍ଦ୍ଦରାଜ କଲ୍ଯାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତଃ ଭି ସୁଜ୍ଞାନକଂ ବହୁ ସମର୍ଥକ ଓ ସ୍ବେଚ୍ଛାସେବୀ ମାନେ ଉପସ୍ଥିତ ରହି ରକ୍ତଦାନ କରିଥିବା ଦେଖିବାକୁ ମିଳିଛି। ଭି ସୁଜ୍ଞାନ ଦେଓ ସ୍ମୃତି ପରିଷଦ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ବର୍ଗତଃ ରାଣୀ ସାହେବାକଂ ଜନ୍ମ ଦିବସରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ବେଗୁନିଆପଡ଼ା ବ୍ଲକ ଅଧ୍ଯକ୍ଷା ରେଣୁ ଗୌଡ଼

ଏହି ଶିବିରକୁ ଉଦଘାଟନ କରିଥିଲେ । ଆବାହକ ତ୍ରିନାଥ ଭୂୟାଁଙ୍କ ତତ୍ବାବଧାନରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ସମାଜସେବୀ ପ୍ରମୋଦ କୁମାର ପଣ୍ଡା, ଅଧ୍ଯକ୍ଷ ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ବେଗୁନିଆପଡ଼ା ବିଡ଼ିଓ ସୁନୀଲ ସାମନ୍ତ, ସାହିତ୍ୟିକ ମହେଶ୍ୱର ବରାଡ଼, ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ରଥ, ନୀଳାଞ୍ଚଳ ପଲେଇ,ପୂର୍ବତନ ବିଜେଡି ବ୍ଲକ ସଭାପତି ସିମାଞ୍ଚଳ ସାମଲ, ଘୋଡାପଡା ସରପଞ୍ଚ ନୃସିଂହ ପ୍ରଧାନ, ମର୍ଦ୍ଦକୋଟ ସରପଞ୍ଚ ସନ୍ତୋଷ କୁମାର ବିଶ୍ବାଳ, ଆସିକା ସମବାୟ ନିର୍ଦ୍ଦେଶକ ହୃଷିକେଶ ମେହେଣା, ବିଜୟ ପ୍ରଧାନକଂ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଏଥିରେ ମୋଟ ୮୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ବ୍ରହ୍ମପୁର ବଡ଼ ମେଡିକାଲର ରକ୍ତ ଭଣ୍ଡାରରୁ ଆସିଥିବା କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ। ରକ୍ତ ଅଭାବରୁ କୌଣସି ଲୋକର ଜୀବନ ଚାଲି ନ ଯାଉ। ଏହାକୁ ପାଥେୟ କରି ପ୍ରତିବର୍ଷ ରାଣୀଙ୍କ ଜନ୍ମ ଦିବସରେ ରକ୍ତଦାନ ଶିବିର ବେଗୁନିଆପଡ଼ା ଓ ଖଲ୍ଲିକୋଟ ଅଞ୍ଚଳରେ ଅନୁଷ୍ଠିତ ହେଉଛି। ରକ୍ତଦାନ ମହତ୍ ଦାନ ଅଟେ। ଏଣୁ ପ୍ରତ୍ଯେକ ବ୍ଯକ୍ତି ରକ୍ତଦାନ କରନ୍ତୁ ଏବଂ ଅନ୍ଯର ଜୀବନ ବଞ୍ଚାଇବାରେ ସହାୟକ ହୁଅନ୍ତୁ ବୋଲି କହିଛନ୍ତି ରାଣୀଙ୍କ ସମର୍ଥକ ।ଉକ୍ତ ଶିବିରରେ ସ୍ଥାନୀୟ କଲେଜ ଛାତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।