You are currently viewing ଉତ୍କଳ ବିକାଶ ପରିଷଦ ପକ୍ଷରୁ ସଭାପତି ଇଂ.ପ୍ରକାଶ ଚଂଦ୍ରଙ୍କ ନେତୃତ୍ୱରେ ମିଶନ ଶକ୍ତି ବିଭାଗକୁ ଦାବୀପତ୍ର ।
ଉତ୍କଳ ବିକାଶ ପରିଷଦ ପକ୍ଷରୁ ସଭାପତି ଇଂ.ପ୍ରକାଶ ଚଂଦ୍ରଙ୍କ ନେତୃତ୍ୱରେ ମିଶନ ଶକ୍ତି ବିଭାଗକୁ ଦାବୀପତ୍ର ।

କଟକ,୧୪।୦୭,(ନିପ୍ର) : କଟକ ସଦର ଅଂଚଳର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ସଭାପତି ଯୁବ ସମାଜସେବୀ ତଥା ସ୍ତମ୍ବକାର ଇଂ.ପ୍ରକାଶ ଚଂଦ୍ର ସେଠୀଙ୍କ ନେତୃତ୍ୱରେ ଏକ ଦାବୀପତ୍ର ମିଶନ ଶକ୍ତି ବିଭାଗ ଓଡ଼ିଶା ସରକାରଙ୍କ ଓଡ଼ିଶା ଜୀବିକା ମିଶନର ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଛି । ଏହି ଦାବୀପତ୍ରରେ ମିଶନ ଶକ୍ତି ଯୋଜନାରେ ନିଯୁକ୍ତ କର୍ମଚାରୀ ଯଥା ସିଆରପି ଓ ଏମବିକେ ଆଦି ବିଜୁ ଜନତା ଦଳ(ବିଜେଡି)ର ପ୍ରଚାର ଓ ପ୍ରସାରରୁ ନିବୃତ ରହି ଓଡ଼ିଶା ପାଇଁ ପ୍ରଶାସନ ନିୟମ ଅନୁଯାୟୀ କାମ ରଖିବାକୁ ଏବଂ କଟକ ସଦର ବିଧାୟକଙ୍କ ପ୍ରଚାର ଠାରୁ ଦୂରରେ ରହିବାକୁ ଉଲ୍ଳେଖ କରାଜାଇଛି । ପରିଷଦ ପକ୍ଷରୁ ଜୟନ୍ତୀ ସାହୁ, ଆଶୋକ ସାହୁ, ଦେବୀ ପ୍ରସାଦ ପତି, ସୁଧାଂଶୁ ଶେଖର ପଣ୍ଡା, ଆଶୋକ ମହାନ୍ତି, ଗାନ୍ଧୀ ଗୁରୁ ଦାସ ପ୍ରମୁଖ ଦାବୀପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ଏହା ତତନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗୀୟ କର୍ତୁପକ୍ଷ ପରିଷଦର କାର୍ଯ୍ୟକର୍ତ୍ତା ବର୍ଗଙ୍କୁ ପ୍ରତିଶ୍ରୁତି ଦେଇଥିବା କଥା ଇଂ.ସେଠୀ ଜଣାଇଛନ୍ତି ।