You are currently viewing ଖଣ୍ଡିଆନଈ ଠାରେ ଅଗ୍ନି ବିପନ୍ନଙ୍କୁ ଭେଟିଲା କବିସୂର୍ଯ୍ୟ ଯୁବ ସଂଗଠନ
ଖଣ୍ଡିଆନଈ ଠାରେ ଅଗ୍ନି ବିପନ୍ନଙ୍କୁ ଭେଟିଲା କବିସୂର୍ଯ୍ୟ ଯୁବ ସଂଗଠନ

କୋଦଳା
ଅଗ୍ନି ବିପନ୍ନଙ୍କୁ ଭେଟି ସାନ୍ତ୍ବନା ପ୍ରଦାନ କରିବା ସହ ସହଯୋଗର ହାତ ବଢାଇଛି କବିସୂର୍ଯ୍ୟ ଯୁବ ସଂଗଠନ।ସଂଗଠନର ଅଧ୍ଯକ୍ଷା ଡଃ ରଞ୍ଜିତା ସାହୁଙ୍କ ନେତୃତ୍ବରେ ବହୁ ସଦସ୍ଯ ପହଞ୍ଚି ଅଗ୍ନି ବିପନ୍ନଙ୍କୁ ସହଯୋଗ କରିଛନ୍ତି।
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଖଣ୍ଡିଆନଈ ମେନେକା ସାହିରେ ଗତ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟି ୨ ଟି ପରିବାର ସର୍ବସ୍ବାନ୍ତ ହୋଇ ଯାଇଥିଲେ।
ଅଗ୍ନିକାଣ୍ଡରେ ଭଜମନ ମହାନ୍ତି ଓ ଶିଶୁଳା ମହାନ୍ତିଙ୍କ ଘର ଜଳି ପୋଡି ଛାରଖାର ହୋଇଯାଇଥିଲା। ଘଟଣାରେ କବିସୂର୍ଯ୍ୟ ଯୁବ ସଂଗଠନ ଦୁଃଖ ପ୍ରକାଶ ପ୍ରକାଶ କରିବା ସହିତ ବିପନ୍ନଙ୍କ ପାଖରେ ପହଞ୍ଚିଥିଲେ।
ପ୍ରକାଶ ଥାଉ କି ଭଜମନ ନିଜ ଝିଅ ବାହାଘର ପାଇଁ ସମସ୍ତ ଆସବାବ ପତ୍ର କ୍ରୟ କରିରଖିଥିଲେ । ଏହି ଅଗ୍ନି କାଣ୍ଡ ଯୋଗୁଁ ତାଙ୍କର ସମସ୍ତ ଜିନିଷ ପୋଡ଼ି ନଷ୍ଟ ହୋଇ ଯାଇଥିଲା। ଘର ଆଗରେ ଅଳିଆ ଆବର୍ଜନାରେ କୌଣସି ବ୍ଯକ୍ତି ନିଆଁ ଲଗାଇ ଥିଲା। ଏହି ନିଆଁ ନିକଟରେ ଥିବା ବାଉଁଶ ବୁଦାରେ ଲାଗିଯାଇଥିଲା । ପରେ ବୁଦା ରୁ ବାଉଁଶ ଫୁଟି ଉକ୍ତ ଘରେ ପଡି ନିଆଁ ଲାଗିଥିବା ସ୍ଥାନୀୟ ଲୋକମାନେ ସନ୍ଦେହ କରିଛନ୍ତି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।