You are currently viewing ଉନ୍ନତିମୂଳକ କାର୍ଯ୍ୟକୁ ନିମ୍ନମାନର କହିବାରୁ ସମିତିସଭ୍ୟାଙ୍କ ଜିଲ୍ଲାପାଳଙ୍କୁ ଅଭିଯୋଗ
ଉନ୍ନତିମୂଳକ କାର୍ଯ୍ୟକୁ ନିମ୍ନମାନର କହିବାରୁ ସମିତିସଭ୍ୟାଙ୍କ ଜିଲ୍ଲାପାଳଙ୍କୁ ଅଭିଯୋଗ

ଢେଙ୍କାନାଳ, ୦୧/୧୨: କଙ୍କଡାହାଡ ପଞ୍ଚାୟତ ର ସମିତିସଭ୍ୟାଙ୍କ ଉନ୍ନତିମୂଳକ କାର୍ଯ୍ୟକୁ ନିମ୍ନ ମାନର କହିବାରୁ ସମିତସଭ୍ୟା ରାଧା ବେହେରା ଜିଲ୍ଲାପାଳଙ୍କୁ ଅଦ୍ୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଜନଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗ ଜଣାଇଛନ୍ତି । ପ୍ରକାଶ ଯେ, ଓଡିଶା ସରକାର ପ୍ରତ୍ୟେକ ବ୍ଲକ୍‌ର ଗ୍ରାମପଞ୍ଚାୟତକୁ ଉନ୍ନତି ମୂଳକ କାର୍ଯ୍ୟପାଇଁ ଅର୍ଥ ପ୍ରଦାନ କରିଛନ୍ତି । ସେଥି ମଧ୍ୟରୁ ସମିତିସଭ୍ୟାମାନଙ୍କ ଦାୟିତ୍ୱରେ କିଛି କାର୍ଯ୍ୟ ହୋଇଥାଏ । ସେହି କାମକୁ ସମିତିସଭ୍ୟାମାନେ ଗ୍ରାମର ବରିଷ୍ଠ ବ୍ୟକ୍ତି ମାନଙ୍କ ଆଲୋଚନାରେ ଯାହାକି ସମିତିସଭ୍ୟା ପ୍ରସ୍ତାବ ଦେଇଥାନ୍ତି । କାମଟି ଅନୁମତି ମିଳିଲା ପରେ ନିଜ ଅଞ୍ଚଳର ଆର୍.ଆଇ.ଙ୍କ ଠାରୁ ଜାଗାର ଟ୍ରେସ୍ ମ୍ୟାପ୍ ଅନୁମତି ଅଣାଯାଇ ଗ୍ରାମବାସୀ ଙ୍କ ସହାୟତାରେ କାର୍ଯ୍ୟଟି ସମ୍ପର୍ଣ୍ଣ କରାଯାଇଥାଏ । କିନ୍ତୁ କଙ୍କଡାହାଡ ପଞ୍ଚାୟତ ର କଙ୍କଡାହାଡ ଗ୍ରାମରେ ସମିତିସଭ୍ୟା ଏକ ଡ୍ରେନ୍ କାର୍ଯ୍ୟକୁ ଗ୍ରାମ ସଭାପତିଙ୍କ ସହ ଆଲୋଚନା କରି ଆବେଦନ କରିଥିଲେ । ସେହି କାମଟି ଏବେ ପୁରୁଣା ସମିତିସଭ୍ୟ କୁନାଳ ବେହେରା କାମଟିକୁ ଜୋରଜବରଦସ୍ତ ବିନା ଆର୍.ଆଇ.ଙ୍କ ଅନୁମତି ଓ ଜେଇଙ୍କ ବିନା ଅନୁମତିରେ, ଯାହାକି ଯେଉଁ କାମଟି ଗ୍ରାମର ଶ୍ରମିକମାନଙ୍କ ଦ୍ବାରା କରିବା କଥା ମେସିନ୍ ଲଗାଇ ରାସ୍ତାଟିକୁ ସଂପୂର୍ଣ ଖୋଳି ଦେଇଛନ୍ତି । ଯାହାକି ଆଗାମୀ ଦିନରେ କୌଣସି ଗାଡି ମଟର ଯାଇପାରିବ ନାହିଁ ଓ ଗ୍ରାମବାସୀମାନେ ହଇରାଣ ଯାତାୟତ ପାଇଁ ହଇରାଣ ହେବେ ଏବଂ ନିମ୍ନ ମାନର କାମକରି ସରକାରଙ୍କ ଅର୍ଥକୁ ବ୍ଲକ୍‌ର କିଛି ଅସାଧୁ କର୍ମଚାରୀଙ୍କ ମାଧ୍ୟମରେ ଅଧିକ ଲାଞ୍ଚ ଦେଇ ସରକାରଙ୍କ ଅର୍ଥକୁ ହରିଲୁଟ୍ କରି ସରକାରଙ୍କୁ ବଦ୍‌ନାମ କରିବା ସହ ଫଳକରେ ସମିତିସଭ୍ୟାଙ୍କ କାମ ବୋଲି ଲେଖାଯାଇ ପଂଚାୟତର ଲୋକ ପ୍ରତିନିଧ ହିସାବରେ ମଧ୍ଯ ବଦ୍‌ନାମ ହେବାକୁ ପଡ଼ୁଛି । ସେହି କାମକୁ ବେଆଇନ୍ ଭାବରେ କରୁଛ ବୋଲି ମୋର ସାମୀଙ୍କୁ ଛୋଟ ଜାତି କହି ଗାଳି ଗୁଲଜ୍ କରିବା ସହ ମାଡ ମାରିବା ପାଇଁ ଧମକ ଦେଉଛନ୍ତି । ଆମେ ହରିଜନ ଜାତିର ସମିତିସଭ୍ୟା ହୋଇଥିବାରୁ ପଞ୍ଚାୟତ ର ଉନ୍ନତି ମୂଳକ କାମ କରିବାର କିଛି ଅଧିକାର ନାହିଁ ବୋଲି କହି ଗାଳିଗୁଲଜ କରୁଛନ୍ତି । ତେଣୁ ଏହାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।