ବେଗୁନିଆପଡ଼ା (୧୧/୦୮/୨୦୨୩)
ମାରୁଡି ଜଗତା ଘାଇରୁ ପାଣି ଆସିଲାନି। ଚାଷ ଜମିକୁ ପାଣି ନଆସିବା ଫଳରେ ତଳି ପୋଡିଗଲା। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କାଳିମେଘି, ମଠସରସିଂ, ସାନ ଉସ୍ତାପଡା, ବେରୁଆଁବାଡି, ପଞ୍ଚାୟତରେ ଚାଷୀଙ୍କ ଦୁର୍ଦ୍ଦଶା ବଢିଛି। ଘାଇ ପାଣି ଉପରେ ନିର୍ଭର କରି ଧାନ ଚାଷ ଆରମ୍ଭ କରିଥିଲେ। ବର୍ଷା ବି ହେଲାନି। ଫଳରେ ଶହ ଶହ ଏକର ଜମିରେ ତଳି ପୋଡି ଚାଷ ନଷ୍ଟ ହୋଇ ଯାଇଛି। ରୁଆ ଜମିରେ ପାଣି ନଥିବାରୁ ଜମି ଫାଟି ଗଲାଣି। ଏବେ ଆଉ ତଳି ପକାଇ ଚାଷ କରିବା ସମ୍ଭବପର ନୁହେଁ। ଏଭଳି ଅଭିଯୋଗ କରି ଶୁକ୍ରବାର କୋଦଳା ତହସିଲଦାର ଓ କ୍ଷୁଦ୍ର ଜଳସେଚନ ଯନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ରୁଷିକୂଲ୍ୟା ରୟତ ମହାସଭା ଗଞ୍ଜାମ ଶାଖାର ଚାଷୀ। ମାରୁଡି ଘାଇ ଅଧିନରେ ଥିବା ଅଞ୍ଚଳକୁ ମରୁଡି ଘୋଷଣା କରିବା ପାଇଁ ଦାବି କରିଛନ୍ତି ଚାଷୀ। ମରୁଡି ଘୋଷଣା କରିବା ସହ ଚାଷୀଙ୍କ ରୁଣ ସଂପୂର୍ଣ୍ଣ ଛାଡ କରିବା ପାଇଁ ଦାବି କରିଛନ୍ତି ଚାଷୀ।କୋଦଳା କ୍ଷୁଦ୍ର ଜଳସେଚନ କନିଷ୍ଠ ଯନ୍ତ୍ରୀ ଗଂଗାରାମ ଟୁଡୁ ଓ ତହସିଲଦାର ସସ୍ମିତା ଶତପଥୀଙ୍କୁ ଏନେଇ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
