ଦେଶରେ ମିଶନ ମୋଡରେ ଫାଇଲେରିଆ ଅଭିଯାନ । ସ୍ୱାସ୍ଥ୍ୟକର୍ମୀଙ୍କ ସମ୍ମୁଖରେ ଔଷଧ ସେବନ କରିବା ବାଧ୍ୟତାମୂଳକ କରାଯାଇଛି। ୨୦୨୭ ସୁଦ୍ଧା ଲିମ୍ଫାଟିକ୍ ଫାଇଲେରିଆସିସକୁ ଦୂର କରିବା ପାଇଁ ସରକାର ପ୍ରୟାସ ଚଳାଇଛନ୍ତି । ଏହି କ୍ରମରେ ଶନିବାର କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ଉପସ୍ଥିତିରେ ମାଳିତୋଟା ସାହିରେ ଔଷଧ ଘରକୁ ଘର ବୁଲି ଲୋକଙ୍କୁ ଖୁଆଇଛନ୍ତି ଆଶା କର୍ମୀ, ସ୍ବାସ୍ଥ୍ୟକର୍ମୀ। ସମସ୍ତେ ଯେଭଳି ସ୍ୱାସ୍ଥ୍ୟକର୍ମୀମାନଙ୍କ ଉପସ୍ଥିତିରେ ଫାଇଲେରିଆ ନିରୋଧୀ ଔଷଧ ଖାଇବେ ସେଥିପାଇଁ ପଦକ୍ଷେପ ନେବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ
୨୦୨୭ ସୁଦ୍ଧା ଲିମ୍ଫାଟିକ୍ ଫାଇଲେରିଆସିସକୁ ଦୂର କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ଥିବାବାେଳେ ଜନଭାଗିଦାରୀ ‘ସମ୍ପୂର୍ଣ୍ଣ ସରକାର’ ଏବଂ ସମଗ୍ର ସମାଜ’ ଆଭିମୁଖ୍ୟ ମାଧ୍ୟମରେ ଆମେ ଦେଶରୁ ଏହି ରୋଗକୁ ଦୂର କରିବାରେ ସକ୍ଷମ ହୋଇପାରିବା ବୋଲି କହିଛନ୍ତି ଅଧ୍ଯକ୍ଷ ଶ୍ରୀ ନାୟକ । ୨ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ଏବଂ ଅସୁସ୍ଥ ଥିବା ଲୋକଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଏହି ଔଷଧ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ନିଶ୍ଚିତ ଭାବରେ ଔଷଧ ସେବନ କରିବାକୁ ଘର ଘର ବୁଲି ସଚେତନତା କରାଇବା ସହ ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀଙ୍କ ଉପସ୍ଥିତିରେ ଔଷଧ ସେବନ କରିଛନ୍ତି ସ୍ଥାନୀୟ ଲୋକେ ।
ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶରେ କୋଦଳା ଓ ଖଲ୍ଲିକୋଟରେ ଆଇଏମଟିଏସ୍ ଉଦ୍ଯମରେ ୨୦ ସ୍ବେଚ୍ଛାସେବୀ ଯୋଗଦେଇ ଫାଇଲେରିଆ ଔଷଧ ସେବନ ଅଭିଯାନରେ ସାମିଲ ହୋଇଥିବା ବେଳେ ଅଧ୍ଯକ୍ଷ ଶ୍ରୀ ନାୟକ ସମସ୍ତଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ଏଥିରେ ଆଇଏମଟିଏସ୍ ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ପ୍ରେମାନନ୍ଦ ସାମନ୍ତରାୟ, ସ୍ବେଚ୍ଛାସେବୀ ମାମା ପାଣ୍ଡି, ପ୍ରତିକ ମଲ୍ଲିକ, ଆଲୋକ କୁମାର ସାହୁ,ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସପୋର୍ଟ ଷ୍ଟାଫ୍ ପ୍ରଶାନ୍ତ ସେଠୀ, ଆଶା କର୍ମୀ ଜୋସ୍ନା କୁମାରୀ ରଥ ପ୍ରମୁଖ ଉପସ୍ଥିତ ଥିଲେ। ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
