You are currently viewing ଗୌତମୀରେ ଜନ ଅଭିଯୋଗ ଶୁଣାଣୀ ଶିବିର
ଗୌତମୀରେ ଜନ ଅଭିଯୋଗ ଶୁଣାଣୀ ଶିବିର

ସାନଖେମୁଣ୍ଡି ୨୫/୮ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଆଜି ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଗୌତମୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଲକ୍ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।

ବିଡ଼ିଓ ଜିତେନ୍ଦ୍ରକୁମାର ମିଶ୍ର ତହସିଲଦାର ରାମଚନ୍ଦ୍ର ପଟନାୟକ ପ୍ରମୁଖ ଶିବିରରେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ କରିଥିଲେ।

ଶିକ୍ଷା ପାନୀୟ ଜଳ ରାସ୍ତାଘାଟ ଶିଶୁ ବିକାଶ ମହିଳା ସଶକ୍ତିକରଣ ସମେତ ସମୁଦାୟ ୯୦ ଗୋଟି ଅଭିଯୋଗ ଶୁଣାଣୀ ହୋଇଥିଲା। ସରପଞ୍ଚ ଏନ ଝିଲ୍କି ରେଡ଼ିଙ୍କ ତତ୍ବାବଧାନରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସମନ୍ୱିତ ଶିଶୁ ବିକାଶ ପଞ୍ଚାୟତ ଉନ୍ନୟନ ମନରେଗା ଜନସ୍ବାସ୍ଥ୍ୟ ପାନୀୟଜଳ ପ୍ରଭୃତି ଅଭିଯୋଗ ପଞ୍ଜୀକୃତ ହୋଇ ତୁରନ୍ତ ସମାଧାନ ଉପରେ ଗୁରୁତ୍ବ ଦିଆଯାଇଥିଲା।