ପୁରୁଷୋତ୍ତମପୁର ସହର ରେ ଥିବା ତାରା ତାରିଣୀ ମହା ବିଦ୍ୟାଳୟ ରେ ରକ୍ତ ଶିକୁଳି ରୋଗ ଉପରେ ସଚେତନତା ପାଇଁ ସ୍ୱତନ୍ତ୍ର ପାଠଚକ୍ର ଅନୁଷ୍ଠିତ ହୋଇ ଯାଇଛି | ଏହି ପାଠ ଚକ୍ରକୁ ପ୍ରାଣୀ ବିଜ୍ଞାନ ବିଭାଗ ତରଫରୁ ଆୟୋଜନ କରା ଯାଇଥିଲା | ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଅଧକ୍ଷ ଡ଼ ସିମାଞ୍ଚଳ ପଟନାୟକ ଙ୍କ ପ୍ରତାକ୍ଷ ତତ୍ୱାବଧାନ ରେ ସଂଯୋଜନା କରାଯାଇଥିଲା |

ଏଥିରେ ପରିଚାଳନା ପରିଷଦ ର ସଭାପତି ବାସୁଦେବ ମହାପାତ୍ର ଅତିଥି ଭାବେ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମଟିକୁବିଭାଗୀୟ ମୁଖ୍ୟ ଡ଼ ପ୍ରଦୀପ କୁମାର ସାହୁ, ସୁପରିଚାଳନା କରିଥିଲେ |କାର୍ଯ୍ୟକ୍ରମ ରେ ପ୍ରାଣୀ ବିଜ୍ଞାନ ବିଭାଗ ତରଫରୁ ଅଧ୍ୟାପିକା ଶ୍ରୀମତୀ ନମ୍ରତା ମିଶ୍ର,ଅଧ୍ୟାପକ ସିଦ୍ଧାର୍ଥ ପଣ୍ଡା, ଶିକ୍ଷା ବିଭାଗ ମୁଖ୍ୟ ମୀନ କେତନନାହାକ, ପଦାର୍ଥ ବିଜ୍ଞାନ ଅଧ୍ୟାପକ ରାମନାଥ ପାତ୍ର, ଉପସ୍ଥିତ ଥିଲେ | ମହାବିଦ୍ୟାଳୟ ର ସମସ୍ତ ଛାତ୍ର, ଛାତ୍ରୀ, ଏହି ପାଠ ଚକ୍ର ରେ ଯୋଗ ଦାନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଦୁଈ ଛାତ୍ରୀ ସୁଶ୍ରୀ ତେଜସ୍ୱିନୀ ବେହେରା ଓ ସୁଶ୍ରୀ ଅମ୍ବିକା ପ୍ରଧାନ, ରକ୍ତ ଶିକୁଳି ରୋଗର ପ୍ରକୃତ କାରଣ , ଲକ୍ଷଣ ଓ ନିରାକରଣ ଉପରେ ବିସ୍ତୃତ ଆଲୋଚନାକରିଥିଲେ |

ଶେଷରେ ନମ୍ରତା ମିଶ୍ର ଧନ୍ୟବାଦ ଦେଇ , ଛାତ୍ର ଛାତ୍ରୀଙ୍କ ଦ୍ୱାରା ଆଲୋଚନା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ | ରିପୋର୍ଟ ପ୍ରସନ୍ନ କୁମାର ଦାସ
