ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ ଶାଳବଣ ଠାରେ ଆଜି ତହସିଲଦାର ଚଢାଉ କରିଛନ୍ତି ।କୋଦଳା ତହସିଲଦାରଙ୍କ ସହ ଷଣ୍ଢମୂଳ ରାଜସ୍ବ ନିରୀକ୍ଷକ , ସୁମଣ୍ଡଳ ରାଜସ୍ବ ନିରୀକ୍ଷକ ଏହି ଚଢ଼ାଉରେ ସାମିଲ୍ ଥିବା ବେଳେ ବେଆଇନ୍ ଇଟା ଧରପଗଡ଼ ପାଇଁ ଚଢାଉ ହୋଇଥିବା ସୂଚନା ମିଳିଛି ।ତେବେ ଏହି ଚଢ଼ାଉକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ କରିବା ସହ ତହସିଲଦାରଙ୍କ ସହ କଥା କଟାକଟି ହେଉଥିବା ଦେଖିବାକୁ ମିଳିଥିଲା। ଇଟା ତିଆରି ଯେଉଁଠାରେ ଚାଲିଛି, ଯେଉଁଠି ବେଆଇନ୍ ଇଟା ପୋଡା ହେଉଛି ସେଠାରେ ଚଢ଼ାଉ କରା ନଯାଇ ଗରିବ ତଥା ସାଧାରଣ ଲୋକେ ଯେଉଁମାନେ ସରକାରଙ୍କ ପକ୍ଷରୁ ଆବାସ ଗୃହ ପାଇଛନ୍ତି ସେମାନଙ୍କ ଇଟାକୁ ଚଢାଉ କରାଯିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।ସୂଚନା ଅନୁସାରେ ଆଜି ଦିନ ୧ ଘଣ୍ଟା ୩୦ ମିନିଟ ସମୟରେ ତହସିଲଦାର ଶାଳବଣ ଗ୍ରାମର କୃଷ୍ଣସର ସାହିରେ ହରି ବିଷୋୟୀ, ନୀଳେଦ୍ରି ବିଷୋୟୀ, ରମା ବିଷୋୟୀ ଓ କସ୍ତୁରୀ ମହାରଣାଙ୍କ ଘର ଦାଣ୍ଡରେ ଥିବା ଇଟାକୁ ନେଇ ଚଢାଉ କରିଥିବା ଦେଖିବାକୁ ମିଳିଛି। ତେବେ ଏମାନେ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇ ଇଟା କିଣି ଆଣି ଘର ନିର୍ମାଣ ପାଇଁ ଜମା ରଖିଥିବା ବେଳେ ତହସିଲଦାରଙ୍କ ଚଢାଉକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।କେ ଫର୍ମ ଦିଅ ନଚେତ୍ ଫାଇନ୍ ଆଦାୟ କରାଯିବ ବୋଲି ତହସିଲଦାର କହିବା ପରେ ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିବା ପରେ ତହସିଲଦାର ଚାଲି ଯାଇଥିବା ଦେଖିବାକୁ ମିଳିଛି ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
