You are currently viewing କୋଦଳା କୋର୍ଟ ପରିସରରେ ପିଅନଙ୍କ ମୃତ୍ୟୁରେ ଶୋକ ଦିବସ ପାଳିତ
କୋଦଳା କୋର୍ଟ ପରିସରରେ ପିଅନଙ୍କ ମୃତ୍ୟୁରେ ଶୋକ ଦିବସ ପାଳିତ

ଗଞ୍ଜାମ ଜିଲ୍ଲା କୋଦଳା ବରିଷ୍ଠ ଦେୱାନୀ ବିଚାରପତି ଓ ସହକାରୀ ଦୌରାଜର୍ଜ କୋର୍ଟରେ କାର୍ଯ୍ୟରତ ପିଅନଙ୍କ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିଲା । ସେଥିପାଇଁ ଶନିବାର ସକାଳ 10 ଘଣ୍ଟ ସମୟରେ କୋର୍ଟ ପରିସରରେ ଶୋକ ଦିବସ ପାଳନ କରାଯାଇଛି । 5 ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ପ୍ରଭୁ ଜଗନ୍ନାଥ ଧର୍ଯ୍ୟ, ସାହସ ସୁରକ୍ଷା ଦିଅନ୍ତୁ ବୋଲି ଜର୍ଜ ମାନେ କହିଥିଲେ । ପ୍ରକାଶ ଥାଉ କି ଏହି କୋର୍ଟର ପିଅନ ସଞ୍ଜୟ ନାୟକ ଦୀର୍ଘ 3 ବର୍ଷ ହେଲା କାର୍ଯ୍ୟ କରିଆସୁଥିଲେ। କୋର୍ଟ ନିକଟରେ ଏକ ଭଡା ଘରେ ରହୁଥିଲେ ।ଗତ ଗୁରୁବାର ଦିନ ସେ ଛୁଟିରେ ଥିଲେ । ଶୁକ୍ରବାର ସକାଳୁ ଦେଖିଲା ବେଳକୁ ଘର ଖୋଲା ଅଛି, ସେହି ଘରେ ସେ ମୃତ୍ୟୁ ବରଣ କରିଥିଲେ । ଏଥିରେ ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଚିନ୍ମୟ ଗଛାୟତ, ଜେ ଏମ ଏଫ ସି ବିମଳ ଲକ୍ଷ୍ମୀ ଚୌଧୁରୀ,ଜର୍ଜ ବନାଳୀ ତ୍ରିପାଠୀ, ସରକାରୀ ଆଇନଜୀବୀ ସୁବାସ ଚନ୍ଦ୍ର ସାହୁ, ସୁବ୍ରମଣି ଦଶ, ବରିଷ୍ଠ ଆଇନଯିବି ଭଗବାନ ହୋତା, ପ୍ରଫୁଲ କୁମାର ମିଶ୍ର, ଅବନୀ ମିଶ୍ର, , ଜମିର ଅଲ୍ଲୀ ଖାନ,ହର ପ୍ରସାଦ ସାହୁ, ଭାଗିରଥି ନାୟକ, ମାନସ କୁମାର ମିଶ୍ର,ଙ୍କ ସମେତ ସବୁ ଆଇନଜୀବୀ କୋର୍ଟ କର୍ମଚାରୀ ଉପସ୍ଥିତ ଥିଲେ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।