ଆଜିକାର ଯୁବପିଢ଼ି ମାନେ ସବୁ ଛାଡି ମୋବାଇଲେ ମାତି ରହିବା ଏକପ୍ରକାର ଟ୍ରେଣ୍ଡ ପାଲଟିଥିବା ବେଳେ କିଛି ନିଆରା କରି ଦେଖାଇବା ଉଦ୍ଦେଶ୍ୟରେ ନିଜ ଜାତିର ଉନ୍ନତି ପାଇଁ ବିଭିନ୍ନ ଜିଲ୍ଲାର ଯୁବଶୈବବିପ୍ର ମାନେ ଅଧୁନିକତାକୁ ପାଦରେ ଆଡେ଼ଇ ଦେଇ ବଜାୟ ରଖିଲେ ପାରମ୍ପରିକତା।ବଜାଇଲେ ବିପ୍ଳବର ପଞ୍ଚଜନ୍ୟ।ଅଣ୍ଟା ଭିଡି ସଜହେଲେ ସରକାରଙ୍କ ନିକଟରେ ପହଞ୍ଚିବା ପାଇଁ।ଗୋଟିଏ ଦିନରେ ଗୋଟିଏ ସମୟରେ ରାଜ୍ୟର ଚାରୋଟି ଜିଲ୍ଲାର ଝାରସୁଗୁଡା, ଖୋର୍ଦ୍ଧା, ଅନୁଗୁଳ, ପୁରୀ ଭିନ୍ନ ଭିନ୍ନ ସ୍ଥାନରେ ମିଳିତ ହେଲେ ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ ଓଡ଼ିଶାର ଯୁବଶୈବ ବିପ୍ର ଓ ବୟୋଜ୍ୟେଷ୍ଟ ମାନେ।ମନ୍ଦିର କାର୍ଯ୍ୟକ୍ରମ ସହ ନିଜ ହକ ପାଇଁ ଗର୍ଜିଲେ ନେତୃମଣ୍ଡଳୀ।ଏହିକ୍ରମରେ ଗତ କାଲି ଓଡ଼ିଶାର ପ୍ରମୁଖ ୪ଟି ଜିଲ୍ଲା ଯଥାକ୍ରମେ ଝାରସୁଗୁଡା, ବରଗଡ଼, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ ଜିଲ୍ଲାର ପ୍ରମୁଖ ଶୈବପୀଠ ମାନଙ୍କରେ ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘର ରାଜ୍ୟ ସଭାପତି ଓ ପ୍ରତିଷ୍ଠାତା ପରମଶୈବ ଲଳିତ ମହାପାତ୍ର ଏବଂ ରାଜ୍ୟ ସମ୍ପାଦକ ଆଚାର୍ଯ୍ୟ ବ୍ୟୋମକେଶ ମହାପାତ୍ରଙ୍କ ଆହ୍ବାନ କ୍ରମେ ଉପରୋକ୍ତ ଜିଲ୍ଲା ଗୁଡିକରେ ଜନ ଜାଗରଣ ସମାବେଶ ସହିତ ଗୋ ରକ୍ଷା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି।ତେବେ ନୟାଗଡ ଜିଲ୍ଲାର ରଣପୁର ବ୍ଲକରେ ନିଜେ ରାଜ୍ୟ ସଭାପତି,ଖୋର୍ଦ୍ଧା ରେ ସମ୍ପାଦକ,.

, ରାଜ୍ୟ କୋଷାଧକ୍ଷ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ଅନ୍ୟ ଜିଲ୍ଲା ଗୁଡିକରେ ସ୍ଥାନୀୟ ଜିଲ୍ଲା କାର୍ୟ୍ଯକାରିଣୀର ସଭାପତି, ସମ୍ପାଦକ ଏବଂ ପରିଚାଳକ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ସବୁଠାରୁ ବଡ଼ କଥା ହେଲା ପ୍ରତି ଜିଲ୍ଲାର ଯୁବଶୈବବିପ୍ର ମାନେ ନିଜ ଜାତିର ପାରମ୍ପରିକ ପୋଷାକ ପରିଧାନ କରି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।ଆୟୋଜିତ ଜନ ସମାବେଶ ମାନଙ୍କରେ ଜିଲ୍ଲା ତଥା ରାଜ୍ୟ ନେତୃମଣ୍ଡଳୀ ମାନେ ରାଜ୍ୟ ସରକାରଙ୍କର ଶିବପୂଜକ ମାନଙ୍କ ପ୍ରତି ହେଉଥିବା ପାତର ଅନ୍ତର ନୀତି ଉପରେ ପ୍ରବଳ ବର୍ଷିଥିଲେ।ପ୍ରକାଶ ଥାଉକି,ଗତ କରୋନା ସମୟରେ ଦୀର୍ଘ ଦୁଇବର୍ଷ ଧରି ସମସ୍ତ ଶିବ ମନ୍ଦିର ବନ୍ଦ ରହିଥିଲା.
।ଯେଉଁ କାରଣରୁ ସେବାୟତ ମାନେ ନାହିଁ ନ୍ତବିବା ଦୁର୍ଦ୍ଦଶା ଭୋଗିଥିବା ବେଳେ ମାନ୍ୟବର ରାଜ୍ୟ ସରକାର କେବଳ ସହରାଞ୍ଚଳର କେତକ ପ୍ରମୁଖ ଶିବ ମନ୍ଦିରର ସେବାୟତମାନନଙ୍କୁ ନାମକୁ ମାତ୍ର ସହାୟତା ଫୋପାଡ଼ି ଦେଇ ଚୁପଚାପ ରହିଗଲେ।ମାତ୍ର ଓଡ଼ିଶାର ଗ୍ରାମାଞ୍ଚଳରେ ରହିଥିବା ବହୁ ପ୍ରାଚୀନ ତଥା ରାଜ ରାଜୁଡା ଅମଳର ମନ୍ଦିର ପୂଜକ ମାନେ ଏହି ସହାୟତାରୁ ବଂଚିତ ହୋଇନାହିଁ ନଥିବା ଦୁର୍ଦ୍ଦଶା ଭୋଗିଥିଲେ।ଏପରିକି ଅନ୍ୟ ଧର୍ମର ପୂଜକ ମାନଙ୍କ ତାଲିକା ସରକାରଙ୍କ ପାଖରେ ଥିବାବେଳେ ଓଡ଼ିଶାର ୨୦ଲକ୍ଷ ଶୈବପୂଜକଙ୍କୁ ଉପେକ୍ଷା କରିବା ନେଇ ବକ୍ତା ମାନେ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ।ଏମିତିକି ସରକାରଙ୍କ ଦ୍ୱାରା ପ୍ରଦତ୍ତ ଭିଭିନ୍ନ ଯୋଜନାରୁ କାଳକାଳ ଧରି ବଞ୍ଚିତ ଏହି ଶୈବବିପ୍ର ଜାତି ପ୍ରତି ଅଣଦେଖାର ପ୍ରବଳ ବିରୋଧ କରିଥିଲେ।ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶିବପୂଜକ ଜାତିର ନେତାମାନେ ଆହ୍ବାନ ଦେଇଥିଲେ।ପ୍ରତ୍ୟେକ ଜିଲ୍ଲାର ସ୍ଥାନୀୟ ମନ୍ଦିରର ସେବାୟତ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିବାବେଳେ ଜିଲ୍ଲା ଓ ବ୍ଲକ ସ୍ତରୀୟ ପରିଚାଳକ ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଯଥାଶୀଘ୍ର ରାଜ୍ୟର ସମସ୍ତ ଶୈବବିପ୍ର ସେମାନଙ୍କର ନାମ ପଞ୍ଜିକରଣ କରିବା ନିମିତ୍ତ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି।
ପ୍ରସ୍ତୁତି-ପ୍ରଦୀପ କୁମାର ରଣା
ରାଜ୍ୟ ସାଂସ୍କୃତିକ ସମ୍ପାଦକ

