ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଚୁଲି ଗ୍ରାମରେ ରାଜ୍ୟ ସରକାର ଙ୍କ ଲକ୍ଷ୍ମୀ ବସ କୁଅଟକ | ଜିଲ୍ଲାରେ ଚାଲୁଥିବା ରାଜ୍ୟ ସରକାର ଙ୍କ ଲକ୍ଷ୍ମୀ ବସ କୁ ଆଛୁଲି ଛକରେ ଜଣେ ଘରୋଇ ବସ ମାଲିକ ଓ ଅଟୋ ଡ୍ରାଇଭର ମାନେ ବସକୁ ଅଟକ ରଖିଥିଲେ | ଅଟକ ରଖିବାର କାରଣଉପରେ ସେମାନଙ୍କ କହିବା କଥା ଯେବେଠାରୁ ଲକ୍ଷ୍ମୀ ବସ ପୁରୁଷୋତ୍ତମପୁର ବ୍ଳକରେ ଚାଲୁଛି ତାହାର ସମୟ ନିର୍ଘଣ୍ଟ କିଛି ନାହିଁ | ବ୍ଲକ ମଧ୍ୟରୁ ସବୁରୁଟରେ ବସ ଯିବାପାଇଁ କେଉଁଦିନ ସକାଳୁ 6ଘଣ୍ଟ 15 ମିନଟ ରେ ବାହାରିବ ତ ଆଉ କେଉଁଦିନ 6 ଘଣ୍ଟ 40 ମିନଟରେ ବାହାରିବ,ଯାହା ଫଳରେ ସେହି ରୁଟ ରେ ଚାଲୁଥିବା ଘରୋଇ ବସ ଓ ଅଟୋ ଡ୍ରାଇଭର ମାନଙ୍କ ବହୁବିଧ ଅସୁବିଧା ହେଉଛି | ସେମାନଙ୍କ ଜୀବନ ଜୀବିକା ଉପରେ ବହୁପ୍ରଭାବ ପଡୁଛି |

ତେଣୁ ସେମାନେ ଏହା ଉପରେ ବସ ର ପରିଚାଳନା ଦାୟିତ୍ୱ ରେ ଥିବା ମହିଳା ସୁପର ଭାଇଜର ଙ୍କୁ ଅବଗତି କରାଇଲେ ମଧ୍ୟ ତାଙ୍କରି ମନମୁଖୀ ଯୋଗୁଁ ଏପରି ଅବସ୍ଥା ହେଉଛି ବୋଲି ସେମାନେ କହିଥିଲେ | ତେବେ ଡ୍ରାଇଭର ର କହିବା କଥା, ମୁଁ ବହୁତ ଥର ଘରୋଇ ବସ କୁ ଆଗରେ ଛାଡୁଥିଲେ ମଧ୍ୟ ସେମାନେ ଆମ ଉପରେ ଆକ୍ରୋଶ ରଖି ହଇରାଣ ହରକତ କରୁଛନ୍ତି | ମୁଁ ପଛରେ ଗଲେ ମଧ୍ୟ ମୋତେ ସେମାନେ ସବୁବେଳେ ଗାଡ଼ି କୁ ଅଟକାଇ ଏପରି ଅବସ୍ଥା କରୁଛନ୍ତି | ଏପଟେ ଘରୋଇ ବସ ମାଲିକ ଏବଂ ତାଙ୍କ ସଙ୍ଘ ର କର୍ମକର୍ତ୍ତାଙ୍କ କହିବାକଥା ବସର କୌଣସି ରୁଟ ଚାର୍ଟ ସେମାନେ ଦେଖାଉ ନାହାନ୍ତି , କିଠିକ ସମୟରେଲାଇନରେ ଗାଡ଼ି ନେଉନଥିବାରୁ ଆମେ ବାଧ୍ୟ୍ୟ ହୋଇ ତାକୁ ଅଟକାଇ ପଚାରୁ ଥିଲୁ | ତେବେ କିଛି ବସର ଡ୍ରାଇଭର ଓ Sake ମାଲିକଏବଂ ଅଟୋଡ୍ରାଇଭର ମାନଙ୍କ ସହ କଥା ବାର୍ତ୍ତା କରି ଏକ ସମାଧାନ ର ରାସ୍ତା ବାହାରକରାଯାଇ ଥିଲା, ଓ ସମସ୍ତେ କାଲିଠାରୁ ଠିକ ନିୟମ ଅନୁସାରେ ଗାଡ଼ି ଚଳାଚଳ କରିବାକୁ କହି ଯିଏ ଯାହାର ଗନ୍ତବ୍ୟ ସ୍ଥଳ କୁ ଯାଇଥିଲେ | ରିପୋର୍ଟ ପ୍ରସନ୍ନ କୁମାର ଦାସ

