You are currently viewing ସ୍ବାମୀଙ୍କ ଘର ଆଗରେ ସ୍ତ୍ରୀ ଧାରଣା ଦେବା ଘଟଣା ପୁଣି ଥରେ ସାମ୍ନାକୁ ଆସିଛି।
ସ୍ବାମୀଙ୍କ ଘର ଆଗରେ ସ୍ତ୍ରୀ ଧାରଣା ଦେବା ଘଟଣା ପୁଣି ଥରେ ସାମ୍ନାକୁ ଆସିଛି।

ବେଗୁନିଆପଡା -ଆଇନକୁ ଭରସା କରି ନପାରି ଶେଷରେ ବାଧ୍ୟ ହୋଇ ସ୍ବାମୀ ଘର ଆଗରେ ଧାରଣା ଦେଲେ ବିବାହିତ ମହିଳା। ଦୀର୍ଘ ୧୦ ବର୍ଷ ଧରି ନ୍ଯାୟ ପାଇଁ ଲଢୁଥିବା ଜଣେ ସ୍ତ୍ରୀ ନିଜ ସ୍ବାମୀଙ୍କ ଘର ଆଗରେ ଆଜି ଧାରଣା ଦେଇଛନ୍ତି। ମହିଳାଙ୍କ ସହ ପାଖରେ ଅଛି ୧୦ ବର୍ଷର ପୁଅ। ଦୀର୍ଘ ବର୍ଷ ଧରି ସ୍ବାମୀ ସ୍ତ୍ରୀ କଂ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ମାମଲା କୋର୍ଟରେ ବିଚାରାଧୀନ ଥିବା ଜଣାପଡ଼ିଛି।ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ବୁରୁଝୁରୀ ପଞ୍ଚାୟତ ନୂଆଗାଁ ରାଧାକୃଷ୍ଣ ମନ୍ଦିର ସାହିରେ ଶୁକ୍ରବାର ସ୍ବାମୀଙ୍କ ଘର ସମ୍ମୁଖରେ ଧାରଣା ଦେଇଛନ୍ତି ସ୍ତ୍ରୀ। ଧାରଣାରେ ବସିଥିବା କେ ଦେବକୀ ଆଚାର୍ଯ୍ୟ ନାମକ ମହିଳାଙ୍କ ବାପ ଘର ଶେରଗଡ଼ ବ୍ଲକ ଧବଳପୁର ବୋଲି ସୂଚନା ମିଳିଛି।ସ୍ବାମୀ କେ ହରେକୃଷ୍ଣ ଆଚାରୀଙ୍କ ଠାରୁ ନ୍ଯାୟ ଆଶା ରଖିଛନ୍ତି ଧାରଣାରତ ମହିଳା। ସେପଟେ ମହିଳାଙ୍କ ଶ୍ବଶୁର ଘର ଗେଟ୍ ରେ ତାଲା ପଡି ଯାଇଥିବା ବେଳେ ଘରେ ଲୋକ ରହିଛନ୍ତି। ସ୍ବାମୀ ବାହାରେ କେଉଁଠି ରହୁଥିବା ବେଳେ ତାଙ୍କ ସହ ଯୋଗାଯୋଗ ହେଉନି ବୋଲି କହିଛନ୍ତି ସ୍ତ୍ରୀ। ଧାରଣାରେ ବସିବା ପୂର୍ବରୁ ବେଗୁନିଆପଡ଼ା ଥାନାରେ ଏନେଇ ଖବର ଦେଇଛନ୍ତି ମହିଳା। ଶୀତ ରାତିରେ ସେଇଠି ବସିବେ, ସେଇଠି ଶୋଇବେ ବୋଲି କହିଛନ୍ତି ମହିଳା। ନଖାଇ ନପିଇ ସେ ବସିଥିବା କହିଛନ୍ତି। ଏନେଇ ବେଗୁନିଆପଡ଼ା ଥାନା ଅଧିକାରୀ ସମୀର କୁମାର ରାଉତ କହିଛନ୍ତି, ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ସ୍ବାମୀ ହରେକୃଷ୍ଣ ଆଚାରୀଙ୍କ ନାମରେ ଗିରଫ ପରୱାନା ଜାରି ହୋଇଛି ଏବଂ ତାକୁଂ ପୋଲିସ ଖୋଜୁଛି ।ଏଭଳି ସମୟରେ ମହିଳା ଜଣକ ଧାରଣା ନ ଦେଇ ଆଇନ ଉପରେ ଭରସା ରଖିବା ଉଚିତ୍। ତେବେ ଏ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।