You are currently viewing କଉଡ଼ିଆ ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା ସନେତନତା ।
କଉଡ଼ିଆ ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା ସନେତନତା ।

ସାନଖେମୁଣ୍ଡି : (ରଘୁନାଥ ନାୟକ ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ପଞ୍ଚାୟତରେ ” ଆମ ଓଡ଼ିଶା ନବୀନ ଓଡ଼ିଶା” ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଣୀତ ଯୋଜନା ଗୁଡ଼ିକୁ ନେଇ ମିଳିଥିବା ସୁବିଧା ସୁଯୋଗ ବିଷୟରେ ଲୋକଙ୍କୁ ଜଣାଇବା ପାଇଁ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ପ୍ରତିନିଧି ରୋହିତ ଖୁଣ୍ଟିୟା ଙ୍କ ଅଧକ୍ଷତାରେ ଉକ୍ତ ସଚେତନତା ଶିବିରରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଗୋଷ୍ଟି ଉନ୍ନନୀୟ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ଓ ଉପାଧ୍ୟକ୍ଷା ରିଙ୍କି ନାହାକ ଜିଲ୍ଲାପରିଷଦ ଅମିନ ପ୍ରଧାନ

, ସରପଞ୍ଚ ଜୟନ୍ତୀ ଖୁଣ୍ଟିୟା ସମିତି ସଭ୍ୟା ଉରୁମିଳା ନାୟକ ନାଏବ ସରପଞ୍ଚ ଜିଲୁ ପ୍ରଧାନ କଉଡ଼ିଆ ଗ୍ରାମର ସଭାପତି କାଳୁ ଚରଣ ପରିଡା ପୋଡାମାରୀ ସମିତି ସଭ୍ୟା ପ୍ରତିନିଧି ପରମେଶ୍ୱର ପାତ୍ର ପଟିଗୁଡା ସରପଞ୍ଚ ସିମାଞ୍ଚଳ ଗୌଡ଼ ଓ ଅଙ୍ଗନବାଡି ସୁପରଭାଇଜର ଜେଇ ମୋନଜ ବେହେରା ପିଇଓ ମଧୁସୁଧନ ବିଷୋୟୀ ଜି ଆର ଏସ ମାଧବ ଦୋରା ଯୋଗାଣ ସହାୟକ ସମେତ ବହୁ ପ୍ରଶାସନିକ କର୍ମଚାରୀ ଓ ସାନଖେମୁଣ୍ଡି ନିଉ ପ୍ରେସ କ୍ଳବ ର ସମସ୍ତ ସାମ୍ବାଦିକ ମାନଙ୍କୁ ସ୍ନମାନିତ କରାଯାଇଥିଲା ସମସ୍ତ ପଞ୍ଚାୟତ ର ଜନପତିନିଧି ଗଣ ଅଙ୍ଗନବାଡି, ଆଶା କ୍ରମୀ ସିଆରପି, ଏମବିକେ, ଏସଏଚଜି ମହିଳା ଗଣ ଏବଂ

କଉଡ଼ିଆ ପଞ୍ଚାୟତ ର ସମସ୍ତ କ୍ରମୀ ଉପସ୍ଥିତ ଥିଲେ ଏବଂ ଅଞ୍ଚଳବାସୀ ଉପସ୍ଥିତ ରହି ପଞ୍ଚାୟତର “ଆମ ଓଡ଼ିଶା ନବୀନ ଓଡ଼ିଶା” ମାଧ୍ୟମରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୁଜନା ରେ ହୋଇଥିବା ଘର ଯଉ ମାନେ ଚାରି ମାସ ଭିତରେ ଘର କରିଛନ୍ତି ସେମାନଙ୍କୁ ୨୦୦୦୦ ହଜାର ଟଙ୍କା ବୋନସ ପ୍ରଦାନ କରାଗଲା ଓ ଆଦର୍ଶ ପୋଖରୀ, ବିଭିନ୍ନ ପ୍ରକାରର ମନରେଗା ଯୋଜନା, ମିଶନ ଶକ୍ତି ଗୃହ, ମୋ ସ୍କୁଲ, ବିଭିନ୍ନ ମଠ ମନ୍ଦିରର ବିକାଶ ମୂଳକ ଲୋକାଭିମୁଖୀ କାର୍ଯ୍ୟକ୍ରମ ଗୁଡିକୁ ଏକ ପୁସ୍ତକ ଜରିଆରେ ଲୋକଙ୍କ ସମ୍ମୁଖରେ ଉନ୍ମୋଚନ କରିଥିଲେ।

ବିଭିନ ବିଷୟରେ ବିଡ଼ିଓ ଶ୍ରୀ ମିଶ୍ର ଧାରଣା ପ୍ରଦାନ କରି ନବୀନ ସରକାରଙ୍କ ବିଭିନ୍ନ ଯୋଜନାରେ ନିଜକୁ ସାମିଲ କରାଇବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଯୋଜନାର ରୂପରେଖକୁ ଷ୍ଟଲ ଖୋଲାଯାଇ ନିଜ ବିଭାଗୀୟ ଯୋଜନାର ବିଷୟରେ ଜନସାଧାରଣକୁ ଅବଗତ କରାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବହୁ ଜନସାଧାରଣ, ଅଞ୍ଚଳବାସୀ ଉପସ୍ଥିତ ରହି କାଯ୍ୟକ୍ରମ ଟିକୁ ସଫଳ କରିଥିଲେ ।

ରିପୋର୍ଟର : ରଘୁନାଥ ନାୟକ