କୋଦଳା
ନେଚର ବାୟୋ ଫୁଡସ ,ହରିୟାଣା ଏବଂ ମା ଭଗବତୀ ଜୈବିକ ପ୍ରଡୁସର କମ୍ପାନୀ ,ଅଙ୍ଗାରଗାଁ ର ମିଳିତ ସହଯୋଗରେ ଗୁରୁବାର ଦିନ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ନୂଆଗଡ ସ୍ଥିତ ହନୁମାନ ମନ୍ଦିର ପରିସରରେ ବିଭିନ୍ନ ଗ୍ରାମର ଜୈବିକ ଚାଷୀ ମାନଙ୍କୁ ଛତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ଛତା ବଣ୍ଟନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ନେଚର ବାୟୋ ଫୁଡସ ମ୍ୟାନେଜର ପବିତ୍ର ମୋହନ ନାଥ ,ମା ଭଗବତୀ ଜୈବିକ ପ୍ରଡୁସର କମ୍ପାନୀ ର ଅଙ୍ଗାରଗାଁ କ୍ଲଷ୍ଟର ର ଚେୟାରମ୍ୟାନ ନାରାୟଣ ସୁମନ୍ତରାୟ , ବିଜେପି ମଣ୍ଡଳ ସଭପତି ରାଜେନ୍ଦ୍ର ଭୂୟାଁ, ନିରଞ୍ଜନ ପ୍ରଧାନ, ସରପଞ୍ଚ ମୁକୁନ୍ଦ ମାଧବ ସ୍ବାଇଁ, ସମିତିସଭ୍ୟ ମାଧବ ରାଉତ, ଅଙ୍ଗାରଗାଁ ସରପଞ୍ଚ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ସେଠୀ, ସମାଜସେବୀ ନାରାୟଣ ସାହୁଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । ଏଥିରେ ଖୁଣ୍ଟିଆ ତୋଟା, ନୋଲସିଂ, ଅଙ୍ଗାରଗାଁ, ନୂଆଗଡ,କୁମ୍ଭାରଗାଁ, ତାଳଗାଁ , ସିଦ୍ଧ ପଲ୍ଲୀ, ମରେଇ ନୂଆଗାଁ, କୃଷ୍ଣପଲ୍ଲୀ ଆଦି ବିଭିନ୍ନ ଗ୍ରାମର ଜୈବିକ ପଦ୍ଧତିରେ ଚାଷ କରୁଥିବା ଚାଷୀ ମାନଙ୍କୁ ବର୍ଷା ଦିନ କୁ ଆଖି ଆଗରେ ରଖି ଛତା ବଣ୍ଟନ କରାଯାଇଥିଲା। ଆଗମୀ ଦିନରେ ମଧ୍ୟ ଏହି ଭଳି କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସୂଚନା ମିଳିଛି । ଏଥିରେ ଜୈବିକ ମିତ୍ର ପୂର୍ଣ୍ଣ ଚନ୍ଦ୍ର ସେଠୀ, ପ୍ରଶାନ୍ତ କୁମାର ସେଠୀ, କମ୍ପାନୀ ସଂପାଦକ ଦେବହରି ସେଠୀ, ସଭ୍ୟ ଜୟସେନ ସ୍ବାଇଁ, ହରିହର ଜାନି, ଦେବ ସେଠୀ, ବୁଦ୍ଧଦେବ ଜାନି ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । ଅପରାହ୍ନ 5 ଘଣ୍ଟ ସମୟରେ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିଲା ।
