ସାନଖେମୁଣ୍ଡି , ୨୧/୦୬ -:- ଆଜି ନବମ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ପୋଡ଼ାମରୀ ସ୍ଵାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ଡ଼ା ମୀରାବାଇ ପଣ୍ଡା ଙ୍କ ନେତୃତ୍ୱ ରେ ପୋଡ଼ାମାରୀ ଉଚ୍ଚ ବିଦ୍ୟାଳୟ ଚୈତନ୍ୟ ବିଦ୍ୟାପୀଠ ରେ ପ୍ରଧାନ ଶିକ୍ଷକ ଟୁକୁନା ପ୍ରଧାନ ଶିକ୍ଷକ ସଦାଶିବ ପାଢ଼ୀ, ଇନ୍ଦ୍ରଜିତ ଦିଲ୍ଲୀପ,କେଦାର ପାତ୍ର ବ୍ରହ୍ମକୁମାରୀ ଭଉଣୀ ଭାଇ ଙ୍କ ସହଯୋଗ ରେ ଆନ୍ତର୍ଜାତିକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ପୋଡ଼ାମାରୀ ଫାଣ୍ଡି ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେଏବଂ ଯୋଗ ର ଉପକାରିତା ବିଷୟରେ ବୁଝାଇଥିଲେ।ଓଁକାର ଜପ ଏବଂ ମନ୍ତ୍ର ଉଚ୍ଚାରଣ କରି ଯୋଗ ଶିକ୍ଷକ ରଞ୍ଜିତ ସାହୁ ଯୋଗ ର ପ୍ରଣାଳୀ ଉପକାରିତା ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରିଥିଲେ। ଡ଼ା ମୀରାବାଇ ପଣ୍ଡା ସୁସ୍ଥ ଦିନଚର୍ଯା ସୁସ୍ଥ ମାନସିକତା ଇନ୍ଦ୍ରିୟ ସଂଯମତା ଦ୍ଵାରା ନିଜକୁ ସୁସ୍ଥ ରଖିବା ସହ ସୁସ୍ଥ ସମାଜ କିପରି ଗଠନ କରି ପାରିବା ଯୋଗ ପ୍ରାଣାୟମ ଆୟୁର୍ବେଦ ଔଷଧ ସେବନ ଦ୍ଵାରା ଆମେ ବିଭିନ୍ନ ଦୁଃସାଧ୍ୟ ରୋଗରୁ ନିଜକୁ କିପରି ଦୂରେଇ ରଖି ପାରିବା ସେ ଉପରେ ଆଲୋକପାତ କରିଥିଲେ ।ଉକ୍ତ ବିଦ୍ୟାଳୟ ର ଏନସିସି ଛାତ୍ର ଏବଂ ଅନ୍ୟ ବିଦ୍ୟାଳୟ ର ଛାତ୍ର, ଛାତ୍ରୀ ଆଶାକର୍ମୀ ଅଙ୍ଗନୱାଡି କର୍ମୀ ,ଅନ୍ୟାନ୍ୟ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ।


