You are currently viewing ସହାୟତା ର ହାତ ବଢ଼ାଇଲା ଗୋପବନ୍ଧୁ ସେବା ସମିତି,
ସହାୟତା ର ହାତ ବଢ଼ାଇଲା ଗୋପବନ୍ଧୁ ସେବା ସମିତି,

ଚିକିଟୀ
ଚିକିଟୀ ବ୍ଲକ ଅଧିନସ୍ଥ ସାରୁ ସନ୍ଦିଗାଁ ଗ୍ରାମର ଅସହାୟ ଦୃଷ୍ଟିହୀନ ଅନୁସୟା ନାଇକ ପୂର୍ଵରୁ ସ୍ୱାମୀ କୈବଲ୍ୟ ନାଇକ ହରାଇ ଦ୍ୱତୀୟ କନ୍ୟା ଝିଲି ନାଇକ ର ବାହାଘର ପାଇଁ ଚିନ୍ତିତ ଥିବା ଖବର ଉକ୍ତ ଗ୍ରାମର ସମାଜସେବୀ ଗୌରାଙ୍ଗ ପ୍ରଧାନ ଜଣାଇଥିଲେ.ଏହାପରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗୋପବନ୍ଧୁ ସେବା ସମିତି, ଚିକିଟୀ ର ସଭାପତି ଶ୍ରୀ ଦେବେନ୍ଦ୍ର ରଣା ଙ୍କ ନେତୃତ୍ୱ ରେ ଅଂଧୁଣି ଅନୁସୟା ମା ଙ୍କ ଘରେ ପହଂଚି ଝିଅକୁ ସୁଭାଶିଷ ପ୍ରଦାନ କରିବା ସହ ଏଗାର ହଜାର ଟଙ୍କା ପ୍ରଦାନ କରାଯାଇଥିଲା. ଉକ୍ତ ମହତ କାର୍ଯ୍ୟ ରେ ସମିତି ସମ୍ପାଦକ ପ୍ରସାଦ ମଲ୍ଲିକ, ଡାକ୍ତର ପୁରଞ୍ଜିତ ପାତ୍ର, ତ୍ରିପତି ପାତ୍ର , ସମରଥ ବେହେରା ,ଯତୀନ ଗୁରୁଜୀ,ଗୟା ବେହେରା ,ମନୋଜ ମହାରଣା,ଏଲ ସରୋଜ କୁମାର ପାତ୍ର ପ୍ରମୁଖ ସହଯୋଗ କରିଥିଲେ. ଏହିଭଳି ମହତ କାର୍ଯ୍ୟ କରିଥିବାରୁ ଗ୍ରାମବାସୀ ସାଧୁବାଦ ଦେବା ସହ ସମିତି ର କାର୍ଯ୍ୟାଧାରା କୁ ପ୍ରଶଂସା କରିଥିଲେ.