You are currently viewing ସାଧବ ସିଫି କମ୍ପାନୀ ପ୍ରତିଷ୍ଠା ଦିବସରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ||
ସାଧବ ସିଫି କମ୍ପାନୀ ପ୍ରତିଷ୍ଠା ଦିବସରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ||

କଟକ : ପାରାଦୀପ ବନ୍ଦର ନଗରରେ ସାଧବ ସିଫି କମ୍ପାନୀ ପକ୍ଷରୁ ସାଧବ ଦିବସରେ ଓ ବୋଇତ ବନ୍ଦାଣ ଉତ୍ସବ ପାଳନ ହୋଇଯାଇଛି। ବନ୍ଦର ଭିତରେ ଥିବା ଡ୍ରୟକନ୍ ୱାର୍ଡ ସିପିଙ୍ଗି ୱେ ଠାରେ ଉତ୍କଳୀୟ ବାଣିଜ୍ୟ ପରମ୍ପରାକୁ ଉଦପିତ କରିବା ପାଇଁ ନୌବାଣିଜ୍ୟର ପ୍ରତୀକ ସ୍ଵରୂପ ବୋଇତ ବନ୍ଦାଣ ଉତ୍ସବ କରାଯାଇଥିଲା । କାର୍ଯ୍ୟକ୍ରର୍ମରେ ସାଧବ ଗୃପ କମ୍ପାନୀର ପ୍ରତିଷ୍ଠାତା ସିଏମଡି କ୍ୟାପଟେନ କମଳାକାନ୍ତ ଚୌଧୁରୀ ମୁଖ୍ୟ ଅତିଥି ଭାବେ ସାଧବ ପୁଅ ମାନକୁ କଳସ ପ୍ରଦାନ କରି ପରମ୍ପରା ଅନୁଯାୟୀ ସୁସଜ୍ଜିତ ବୋଇତରେ ନୌବାଣିଜ୍ୟ ଯାତ୍ରାର ଶୁଭ ଆରମ୍ଭ କରିଥିଲେ। ପରେ ପାରାଦୀପ ଜୟଦେବ ସଦନଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପାରାଦୀପ ପୂର୍ବତନ ଉପ ସରଂଖ୍ୟକ କ୍ୟପେଟେନ୍ ୟୁ.ସି ପଟ୍ଟନାୟକ ଯୋଗଦେଇ ସାଧବ ସିପିଂ କମ୍ପାନୀ ସାରାଦେଶରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାଇ ରଖିଛି ବୋଲି କହିଥିଲେ । ସଂସ୍ଥାର ପାରାଦୀପ ନିର୍ଦ୍ଦେଶକ ଆଭାସ ଚନ୍ଦ୍ର ଚୌଧୁରୀ ଅତିଥିଙ୍କୁ ସ୍ଵାଗତ କରିବା ସହ ସାଧବ ପ୍ରତିଷ୍ଠା ଦିବସ ସମ୍ପର୍କରେ ସୂଚନା ଦେଇଥିଲେ । କମ୍ପାନୀର ନିର୍ଦେଶକ ଦେବହୁତି ଚୋଧୁରୀ ଧନ୍ୟବାଦ ଦେଇଥିଲେ । କମ୍ପାନୀର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରର୍ମରେ ସହଯୋଗ କରିଥିଲେ । ଶେଷରେ ସଂସ୍କୃତିକ କାର୍ଯ୍ୟକର୍ମ ପରିବେଷଣ କରାଯାଇଥିଲା ।