You are currently viewing 70ତମ ବନ୍ୟ ପ୍ରାଣୀ ସପ୍ତାହ ଉପଲକ୍ଷେ ଚିତ୍ରା ଅଙ୍କନ ପ୍ରତି ଯୋଗିତା 29 ଜଣ ମନୋନୀତ
70ତମ ବନ୍ୟ ପ୍ରାଣୀ ସପ୍ତାହ ଉପଲକ୍ଷେ ଚିତ୍ରା ଅଙ୍କନ ପ୍ରତି ଯୋଗିତା 29 ଜଣ ମନୋନୀତ

ପୋଲସରା/10/08/2024/ରତ୍ନାକର ଗୌଡ/ 70ତମବନ୍ୟ ପ୍ରାଣୀ ସପ୍ତାହ ଉପଲକ୍ଷେ ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ପୋଲସରା ବନଞ୍ଚଳ ତରଫରୁ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି ବନାଞ୍ଚଳ ଅଧିକାରୀ ଅନିଲ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵ ବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ପୋଲସରା ଏନ,ଏସି,ସ୍ଥିତ 8ଗୋଟି ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ପ୍ରତିଯୋଗିତାରେ ଅଶଗ୍ରହଣ କରି ନିଜନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ଜୁନିଅର ଓ ସିନିଅର 2ଗୋଟି ବିଭାଗରେ ଭାଗନେଇଥିବା 29ଜଣ ଛାତ୍ର ଛାତ୍ରୀ ମାନେ ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟ ସ୍ଥରୀୟ ପ୍ରତିଯୋଗିତାରେ ଭାଗନେବାକୁ ବିଚାରଙ୍କ ମଣ୍ଡଳୀଙ୍କ ଦ୍ଵାରା ମନୋନିତ ହୋଇଛନ୍ତି ପରିଚାଳନାରେ ବାନପାଳ ସରସ୍ଵତୀ ନାୟକ,ମୁନା ଦାସ,ଓ କାର୍ତ୍ତିକ ସାହୁ,ପ୍ରମୁଖଙ୍କ ସମେତ ବନବିଭାଗ ର ସୁରକ୍ଷା କର୍ମୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ