You are currently viewing ଅନ୍ତର୍ଜାତୀୟମହିଳା ଦିବସପାଳନ
ଅନ୍ତର୍ଜାତୀୟମହିଳା ଦିବସପାଳନ

ତାରାତାରିଣୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ର ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଡ଼କ୍ଟର ସୁରେନ୍ଦ୍ର ନାଥ ପଣ୍ଡା ମହିଳା ଅଧିକାର, ସ୍ଵାସ୍ଥ୍ୟ ଓ ସଶକ୍ତିକରଣ ଉପରେ ଅବଗତ କରିଥିଲେ। ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପଣ୍ଡା ସର୍ବତ୍ର ପୂଜ୍ୟତେ ନାରୀ ଓ ନାରୀ ର ଉନ୍ନତି ରେ ସମାଜ ର ଉନ୍ନତି ଉଦବୋଧନ ଦେଇଥିଲେ । ‘ଫିଟନେସ କା ଡୋଜ , ଆଧା ଘଣ୍ଟା ରୋଜ ‘ ସ୍ଲୋଗାନ କୁ ଆଧାର କରି ଯୋଗ, ଆସନ,ପ୍ରାଣାୟମ୍,ସାଇକ୍ଲିଙ୍ଗ୍, ଇତ୍ୟାଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଜାତୀୟ ସେବା ଯୋଜନା ଅଧିକାରୀ ସୁଶ୍ରୀ ମୀନାକ୍ଷୀ ଦାଶ, ଯୁବ ରେଡକ୍ରସ୍ କାଉନସିଲର ଶ୍ରୀଯୁକ୍ତ ଏନ୍. ମୋହନ ନାଇଡୁ, ଅଧ୍ୟାପିକା ଯାମିନୀ ମିର୍ଧା, ଜୀ. ଜଗଦୀଶ୍ଵର ରାଓ, ଶ୍ରୀଯୁକ୍ତ ଶିବ ପ୍ରସାଦ ବେହେରା, ପ୍ରସାଦ କୁମାର ବେହେରା, ଦିଗମ୍ବର ପଣ୍ଡା, ଅନ୍ୟାନ୍ୟ କର୍ମଚାରୀ ଓ ଅନେକ ସ୍ବେଚ୍ଛାସେବୀ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ ପ୍ରସନ୍ନ କୁମାର ଦାସ