You are currently viewing ଦିଲ୍ଲୀପ ହତ୍ୟାକାଣ୍ଡ ର ଦ୍ଵାଦଶାହ ରେ ବିଜେପି ଦଳ ତରଫରୁ 10 ଲକ୍ଷ ଟଙ୍କା ର ଅନୁକମ୍ପା ରାଶି ପ୍ରଦାନ ଓ ଶ୍ରଦ୍ଧାଞ୍ଜଳି |
ଦିଲ୍ଲୀପ ହତ୍ୟାକାଣ୍ଡ ର ଦ୍ଵାଦଶାହ ରେ ବିଜେପି ଦଳ ତରଫରୁ 10 ଲକ୍ଷ ଟଙ୍କା ର ଅନୁକମ୍ପା ରାଶି ପ୍ରଦାନ ଓ ଶ୍ରଦ୍ଧାଞ୍ଜଳି |

ଖଲ୍ଲିକୋଟ :26/ 5 ଗତ 15 ତାରିଖ ଦିନ ରାଜନୈତିକ ହିଂସା ରେ ବିଜେପି ର ଟାଣୁଆ ଯୁବ ନେତା ଦିଲୀପ ପାହାନ ଙ୍କ ଅକାଳ ବିୟୋଗ ରେ ବିଜେପି ନେତା ମାନେ ଓ କର୍ମୀ ସ୍ବର୍ଗତ ଦିଲିପ ଙ୍କ ଘର ସମ୍ମୁଖରେ ରେ ଆୟୋଜିତ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭାରେ ବିଜେପି ନେତା ପୂର୍ଣ୍ଣ ଚନ୍ଦ୍ର ସେଠୀ ଯୋଗ ଦେଇ ଅମର ଆତ୍ମା ର ସଦଗତି କାମନା କରିବା ସହ ହିଂସା ତ୍ୟାଗ କରି ଧର୍ଯ୍ୟ ଧରିବା ପାଇଁ ପରାମର୍ଶ ଦେଇଥିଲେ |

ବିଜେପି ନେତ୍ରୀ ଅନିତା ଶୁଭଦର୍ଶନୀ ପଟ୍ଟନାୟକ ଯୋଗ ଦେଇ ରାଜନୀତି ଓ ଗଣତନ୍ତ୍ର ରେ ହିଂସା ର ସ୍ଥାନ ନାହିଁ ଦିଲିପ ର ପରିବାର କୁ ନ୍ୟାୟ ମିଳୁ ଓ ଦିଲୀପ ବିଜେପି ପରିବାର ସଦସ୍ୟା ତାଙ୍କର ସୁଖ ଦୁଃଖ ରେ ରହିବୁ ବୋଲି ପ୍ରକାଶ କରିଥିଲେ |ରାଜ୍ୟ ବିଜେପି ଓ ବି ସି ମୋର୍ଚା ର ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଯୋଗ ଦେଇ ସ୍ବର୍ଗତ ଦିଲିପ ଭାଜପା ର ଜଣେ ସକ୍ରିୟ କର୍ମକର୍ତା ସେ ରାଜନୈତିକ ହିଂସା ର ଶିକାର ହୋଇ ମୃତ୍ଯୁ ବରଣ କରିଛନ୍ତି |

ଆମେ ହିଂସା ରେ ଆଇନ କୁ ହାତକୁ ନେବୁ ନାହିଁ |ଏହି ଅହଂକାର ଓ ଗର୍ବ ରହିବ ନାହିଁ ସମୟ ସବୁ ସଜାଡି ଦେବ ବୋଲି ପ୍ରକାଶ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟ ରେ ରାଜ୍ୟ ବିଜେପି ସମ୍ପାଦିକା କସ୍ତୁରୀ ମିଶ୍ର,ଘୁମୁସର ଜିଲ୍ଲା ସମ୍ପାଦଜ ଅନିଲ ପଣ୍ଡା, ଆସିକା ସଂସଦୀୟ ସଂଯୋଜକ ଯଜ୍ଞ ନାରାୟଣ ଦାଶ, ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ସଂଯୋଜକ ଶଙ୍କର ପ୍ରସାଦ ନାହାକ ଓ ପୂର୍ବତନ ସରପଞ୍ଚ ମନୋଜ ପ୍ରଧାନ ପୂର୍ବତନ ସମିତି ସଭ୍ୟ

ସକଳେଶ୍ୱର ଦାଶ, ପଦ୍ମ ଚରଣ ସୁବୁଦ୍ଧି, ମଣ୍ଡଳ ସଭାପତି ମିଟୁ ସ୍ୱାଇଁ ଯୁବ ମୋର୍ଚା ଜିଲ୍ଲା ସଭାପତି ଜଗନ୍ନାଥ ଭୂୟାଁ ଙ୍କ ସମେତ ବହୁ କର୍ମୀ ଓ କର୍ମକର୍ତା ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |ଏ ଅବସର ରେ ମୃତ ଦିଲୀପ ଙ୍କ ବିଧବା ପତ୍ନୀ ଓ ତାଙ୍କ ବାପା ରାମ ପାହାନ ଙ୍କୁ ବିଜେପି ଦଳ ତରଫରୁ 10 ଲକ୍ଷ ଟଙ୍କା ର ଚେକ ପ୍ରଦାନ କରିଥିଲେ |
(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )