You are currently viewing ଦେଶର ସର୍ବଶ୍ରେଷ୍ଠ ଦ୍ୱିତୀୟ ସ୍ଥାନ ପାଇଲା ଗଞ୍ଜାମ ଜିଲ୍ଲାର ପାଟପୁର ଥାନା
ଦେଶର ସର୍ବଶ୍ରେଷ୍ଠ ଦ୍ୱିତୀୟ ସ୍ଥାନ ପାଇଲା ଗଞ୍ଜାମ ଜିଲ୍ଲାର ପାଟପୁର ଥାନା

ସାନଖେମୁଣ୍ଡି (ରଘୁନାଥ ନାୟକ) ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଦେଶର ଶ୍ରେଷ୍ଠ ୧୦ ଥାନା ମଧ୍ୟରେ ଶ୍ରେଷ୍ଠ ଦ୍ବିତୀୟ ଥାନା ଭାବେ ପୁରସ୍କୃତ ହୋଇଥିବା ଜଣାପଡିଛି । ଶୁକ୍ରବାର ଦିନ ଭୁବନେଶ୍ବରର ଲୋକସେବା ଭବନରେ ଆୟୋଜିତ ଡିଜିପି ସମ୍ମୀଳନୀରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଭାଗ ପକ୍ଷରୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କୁ ପୁରସ୍କାର ପ୍ରଦାନ କରିଥିବା ଜଣାପଡିଛି । ୨୦୨୧ ମସିହାରେ ପାଟପୁର ଥାନାରେ ପୋଲିସ ନିରୀକ୍ଷକ ଭାବେ ଶ୍ରୀ ମଲ୍ଲ ଯୋଗ ଦେବାପରେ ୨୦୨୩-୨୪ ସୁଦ୍ଧା ସମଗ୍ର ପାଟପୁର ଥାନା ଅଞ୍ଚଳରେ ଆଇନ୍ ଶୃଙ୍ଖଳାରେ ସୁଧାର ଆଣିବା ସହ ମଦ ଓ ଗଞ୍ଜେଇ ମାଫିଆଙ୍କ ନିଦ ହଜାଇ ଦେଇଥିଲେ ।

ଏପରିକି ଅଞ୍ଚଳର ବଡ଼ ବଡ଼ ଅପରାଧୀଙ୍କୁ ଧରିବା , ସଠିକ ଅନୁସନ୍ଧାନ କରି ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ ଦେଇ ଆସୁଥିଲେ । ଯାହାକୁ ନେଇ ଉତ୍ତମ ପୋଲିସ ସେବା ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଆଜି ଏଭଳି ପୁରସ୍କୃତ ପାଇପାରିଛି । ଏହି ସଫଳତା ପାଇଁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ପାଟପୁର ଥାନା ପୋଲିସ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହା ରାଜ୍ୟ ପୋଲିସ ପାଇଁ ଅତ୍ୟନ୍ତ ଗର୍ବ ଏବଂ ସମ୍ମାନର ମୁହୂର୍ତ୍ତ ବୋଲି କହିଛନ୍ତି ।

ଏଥିସହ ଏଭଳି ବିରଳ ସଫଳତା ପରେ ପାଟପୁର ଥାନା ଅଧିକାରୀ ଶ୍ରୀ ମଲ୍ଲ ଏବଂ କର୍ମକର୍ତ୍ତାଙ୍କୁ ବିଭିନ୍ନ ଦିଗରୁ ଶୁଭେଚ୍ଛାର ବାର୍ତ୍ତା ଆସୁଥିବା ଜଣାପଡିଛି