ଖଲ୍ଲିକୋଟ ;12/12 ଅଖିଳ ଭରତ ଗ୍ରାମୀଣ ଡାକ ସେବକ ସଂଘ ଆହ୍ୱାନ କ୍ରମେ ଖଲ୍ଲିକୋଟ ସବ ପୋଷ୍ଟ ଅଫିସ ର ସମସ୍ତ ଗ୍ରାମୀଣ ଡାକ ସେବକ ମାନେ ପାଞ୍ଚ ଦଫା ଦାବି ପୂରଣ ପାଇଁ ସ୍ଥାନୀୟ ଡାକଘର ଆଗରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ରେ ବସିଥିବା ଜଣାପଡିଛି |ମିଳିଥିବା ସୂଚନା ଅନୁଯାଇ ଗ୍ରାମୀଣ ଡାକ ସେବକ ଙ୍କ କାର୍ଯ୍ୟ ନିର୍ଘଣ୍ଟ 8 ଘଣ୍ଟା ସ୍ଥିର କରିବା,ପ୍ରତି 12 ବର୍ଷ ରେ ଆର୍ଥିକ ପଦୋନ୍ନତି ପ୍ରଦାନ, ସମସ୍ତ ଗ୍ରାମୀଣ ଡାକ ସେବକ ମାନଙ୍କ ପାଇଁ 5 ଲକ୍ଷ ଟଙ୍କା ର ସ୍ଵାସ୍ତ୍ୟ ବୀମା ପ୍ରଦାନ,ଗ୍ରାମୀଣ ଡାକ ସେବକ ମାନଙ୍କୁ ପେନସନ, ଗ୍ରାଚୁଟି ଓ ଆଡ଼ଭାନ୍ସମେଣ୍ଟ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ, ଟାର୍ଗେଟ ଆଳରେ କର୍ମଚାରୀ ମାନଙ୍କୁ ଜୁଲୁମ କରାଯାଉଥିବା ବନ୍ଦ କରିବା ନେଇ ଆନ୍ଦୋଳନ ହାତକୁ ନେବା ଫଳରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଡାକ ସେବା ସମ୍ପୂର୍ଣ ଠପ ହୋଇଥିବା ଜଣାପଡିଛି .
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ )
