You are currently viewing 13 ଦଫା ଦାବି ନେଇ ଅଖିଳ ଭ|ରତ କୃଷକ ସଭା ଖଲ୍ଲିକୋଟ ବ୍ଲକ ଘେରାଉ ,
13 ଦଫା ଦାବି ନେଇ ଅଖିଳ ଭ|ରତ କୃଷକ ସଭା ଖଲ୍ଲିକୋଟ ବ୍ଲକ ଘେରାଉ ,

ଖଲ୍ଲିକୋଟ : 23/10 ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ର କୃଷି ଓ କୃଷକ ର ବିକାଶ ନେଇ ଅଖିଳ ଭରତ କୃଷକ ସଭା ତରଫରୁ ଖଲ୍ଲିକୋଟ ବ୍ଲକ ଘେରାଉ କରିଥିବା ଜଣାପଡିଛି ଓ ଏକ 18 ଦଫା ଦାବି ପତ୍ର କୁ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ ଜାରିସରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି |ପ୍ରଦାନ କରିଥିବା ଦାବି ଗୁଡିକ ମଧ୍ୟରେ ଚାଷୀଙ୍କୁ ପ୍ରଦାନ କରାଯାଉଥିବା ସହାୟତା ର ଆଇନଗତ ଗ୍ୟାରେଣ୍ଟି,ଓ ସରକାରୀ ସ୍ତରରେ ଫସଲ କ୍ରୟ କରିବା ସମସ୍ତ କୃଷି ଋଣ ଛଦ କରିବା, ଜଙ୍ଗଲ ଅଧିକାରୀ ଆଇନ କୁ କଡାକଡି କାର୍ଯ୍ୟକାରୀ କରିବା, ସ୍ମାର୍ଟ ମିଟର ବନ୍ଦ କରିବା ସହ କୃଷି କ୍ଷେତ୍ର କୁ ବିଜୁଳି ଛାଡ଼, 60 ବର୍ଷ ରେ ପଦାର୍ପଣ କରିଥିବା ଚାଷୀ nku10 ହଜାର ଟଙ୍କା ପେନସନ ଓ ଶାରୀରିକ ଭିନ୍ନକ୍ଷମ ବୃଦ୍ଧ ବୃଦ୍ଧା ମାସିକ 3000 ଟଙ୍କା ଦାବି ରେ ଆନ୍ଦୋଳନ କରାଯାଇଥିଲା, ଚାଷ ଉପଯୋଗୀ ଜମି କୁ ଜଲ ସେଚନ, କୃଷି ଯନ୍ତ୍ରପତି ଉପରୁ ଜି ଏସ ଟି ପତ୍ୟାହାର କରିବା ପାଇଁ ଦାବି ପତ୍ର ପ୍ରଦାନ କରାଯାଇଥିଲା |ଉକ୍ତ ଘେରାଉ ରେ ସି ପି ଆଇ ନେତା ଶ୍ରୀହର୍ଷ ରଥ ଅଖିଳ ଭରତ କୃଷକ ସଭା ର ଖଲ୍ଲିକୋଟ ଶାଖା ସଭାପତି କନ୍ଧ ପ୍ରଧାନ, ସମ୍ପାଦକ ଲକ୍ଷ୍ମୀ ଚରଣ ପାଣିଗ୍ରାହୀ ଓ ରଘୁନାଥ ଗୌଡ଼, ଜୟରାମ ଦାଶ ପ୍ରମୁଖ ଆନ୍ଦୋଳନ ରେ ଅଂଶ ଗ୍ରହଣ କରିଥିଲେ,

ରିପୋର୍ଟ ମାଧବ ବେହେରା, ଖଲ୍ଲିକୋଟ