You are currently viewing ପୂଜ୍ୟପୂଜା ଭବନରେ ସ୍ୱାଧୀନତା ସଂଗ୍ରାମୀ ନିତ୍ୟାନନ୍ଦ ମହାପାତ୍ରଙ୍କ ଜନ୍ମ ଜୟନ୍ତୀ ।
ପୂଜ୍ୟପୂଜା ଭବନରେ ସ୍ୱାଧୀନତା ସଂଗ୍ରାମୀ ନିତ୍ୟାନନ୍ଦ ମହାପାତ୍ରଙ୍କ ଜନ୍ମ ଜୟନ୍ତୀ ।

କଟକ : ସ୍ୱାଧୀନତା ସଂଗ୍ରାମର ବୀର ପୁରୁଷ ନିତ୍ୟାନନ୍ଦ ମହାପାତ୍ର ୧୯୩୦ ରେ ଲବଣ ସତ୍ୟାଗ୍ରହ,୧୯୪୧ ରେ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ,୧୯୪୨ ମସିହା ରେ ଭାରତଛାଡ ଆନ୍ଦୋଳନରେ ଯୋଗ ଦେଇ କାରାବରଣ କରିଥିଲେ । ସେ ଥିଲେ ଜଣେ ବିଶିଷ୍ଟ ସାହିତ୍ୟିକ,ତାଙ୍କ ରଚିତ ମଧ୍ୟରେ ଧଳା ଗାର କଳା ଗାର,ଜୀବନର ଲକ୍ଷ୍ୟ,ସୁଖ ର ସନ୍ଧାନି,ଜଳନ୍ତା ନିଆ,ହିଡ ମାଟି , ଭଙ୍ଗା ହାଡ ଓ ଘର ଢିଅ ଆଦି ବିଶିଷ୍ଟ ଜନପ୍ରିୟ ସାହିତ୍ୟ କୃତି । ଏଥିପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ । ତାଙ୍କର ଏହି କଳାକୃତିକୁ ସ୍ମରଣ କରି କଟକ ସଦର ୪୨ ମୌଜାସ୍ଥ୍ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ପୂଜ୍ୟ ପୂଜା ଭବନରେ ପୂଜନ ସହ କୋଟି କୋଟି ପ୍ରଣାମ ଜଣାଉଛି। ଅଭୟ କୁମାର ଦାସ କାର୍ଯ୍ୟକାରୀ ସଭାପତି,
ନାରାୟଣ ଚନ୍ଦ୍ର ମହାନ୍ତି ସାଧାରଣ ସମ୍ପାଦକ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।