ଧରାକୋଟ ,6/3/24
ଗ୍ରାମାଞ୍ଚଳର ଗରିବ ଶ୍ରେଣୀର ଲୋକେ ଯେଉଁ ମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ବାସ୍ଥ୍ୟ କାର୍ଡ ରୁ ବଞ୍ଚିତ ହୋଇଥିଲେ ସେମାନଙ୍କ ପାଇଁ ରାଜ୍ୟ ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରି ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ନୂତନ ଭାବରେ ବି ଏସ କେ ୱାଇ ନବୀନ କାର୍ଡ ଯୋଗାଇ ଦେଇଛନ୍ତି । ଆଜି ବ୍ଲକ କାର୍ଯ୍ୟଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ବି ଡି ଓ ଡେନିସ ବେହେରା, ଡାକ୍ତର ସଚ୍ଚିଦାନନ୍ଦ ବିଷୋୟୀ,ଜି ପି ଇ ଓ କିଶୋର ଚନ୍ଦ୍ର ସାହୁ, ବି ଏସ ଏସ ଓ ସଚିନ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଏ ବି ଡି ଓ ସୁଶିଲ ପଟନାୟକ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। ଏହି ଅବସରରେ ବ୍ଲକ ର ଅଠର ଗୋଟି ପଞ୍ଚାୟତ ର 2447 ଜଣ ଙ୍କୁ ନବୀନ କାର୍ଡ ବିତରଣ କରାଯାଇଥିଲା । ଦଶଗୋଟି ବ୍ୟବହୁଳ ରୋଗର ଦେୟ ମୁକ୍ତ ଚିକିତ୍ସା ପାଇଁ ଏହି କାର୍ଡ ଉପଯୋଗୀ ହୋଇପାରିବ । କାର୍ଯ୍ୟକ୍ରମରେ ପି ଇ ଓ ଦେବରାଜ ନାୟକ,କାଳୁ ଚରଣ ସ୍ୱାଇଁ, ଅଶୋକ ସେଠୀ, ଇସାକ ପ୍ରଧାନ, ରମେଶ ଚନ୍ଦ୍ର ପୃଷ୍ଟି,ଅମୂଲ୍ୟ ରାଉଳ,ଅର୍ଚ୍ଚନା ମଲିକ, ରୋଜାଲିନ ପ୍ରଧାନ, ଯଶୋବନ୍ତି ମିଶ୍ର ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।
