You are currently viewing ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ଏବିଭିପି ଶାଖା ପକ୍ଷରୁ ନିର୍ବାଚନ ସହ ବିଭିନ୍ନ ଦାବି ନେଇ ଦାବି ପତ୍ର ପ୍ରଦାନ
ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ଏବିଭିପି ଶାଖା ପକ୍ଷରୁ ନିର୍ବାଚନ ସହ ବିଭିନ୍ନ ଦାବି ନେଇ ଦାବି ପତ୍ର ପ୍ରଦାନ

ରାୟଗଡ଼ା, ୦୧/୦୯
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ , ଶାଖା ତରଫରୁ ସମ୍ପାଦକ ସୁମିତ ରତନାଲୁ , ଜିଲ୍ଲା ସଂଯୋଜକ ଚିଦାନନ୍ଦ ରାଉତ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦଳାଇ ଚରଣମାହି , ଦୀପାଳି ପ୍ରଧାନ ଓ ସିଧୁ ମାଝୀ , ମିକି ଭଉଣୀ , ଗାୟତ୍ରୀ ଭଉଣୀ , ଅଜୟ ବେହେରା , ବାଲିମିକି ଭଉଣୀ ଓ ଲାବଣ୍ୟ ଭଉଣୀ ଙ୍କ ନେତୃତ୍ୱରେ ଚଳିତ ବର୍ଷ ପରିସରରେ ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାର ଯଥା ଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରିବା ପାଇଁ କଲେଜ ଅଧ୍ୟକ୍ଷଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଛି।ବିଗତ ବର୍ଷ ମାନଙ୍କରେ ପୂର୍ବ ସରକାର କଲେଜ କେମ୍ପସରେ ଯୋଉଭଳି ଭାବେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ଛାତ୍ରଛାତ୍ରୀ ମାନଙ୍କ ଭିତରେ ଥିବା ନେତୃତ୍ୱର ହତ୍ୟା କରିଥିଲେ ତାକୁ ବର୍ତ୍ତମାନର ଛାତ୍ର ସମାଜ ଦୃଢ଼ ଭାବେ ବିରୋଧ କରୁଛି। ଏତବ୍ୟତୀତ ବର୍ଷ ବର୍ଷ ଧରି ଚାଲି ଆସିଥିବା ନାଗାବଳୀ ଛାତ୍ରାବାସର ତୁରନ୍ତ ମରାମତି କରାଯାଉ।

ସ୍ୱୟଂଶାସିତ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଛାତ୍ରାବାସ ଓ ଛାତ୍ରୀନିବାସର ବ୍ୟବସ୍ଥା କରାଯାଉ। ଜାତୀୟ ଶିକ୍ଷାନୀତି (NEP) ସମ୍ବନ୍ଧୀୟ ପୁସ୍ତକଗୁଡ଼ିକୁ ଲାଇବ୍ରେରୀରେ ଉପଲବ୍ଧ କରାଯାଉ। ଛାତ୍ରାବାସର ବାଥରୁମ୍‌ ଗୁଡ଼ିକୁ ସ୍ୱଚ୍ଛ ଓ ପରିଷ୍କାର ରଖାଯାଉ। ସ୍ୱୟଂଶାସିତ ମହାବିଦ୍ୟାଳୟ ମଧ୍ୟରେ ଅଣଛାତ୍ର ପ୍ରବେଶ ନକରିବା ଏବଂ କିପରି ମହାବିଦ୍ୟାଳୟ କ୍ୟାମ୍ପସ ନିଶାମୁକ୍ତ ହେବ ସେ ଦିଗରେ ଉଚିତ୍ ପଦକ୍ଷେପ ନିଆଯାଉ ବୋଲି ଦାବି କରା ଯାଇଛି।ସେହିପରି ଭାବେ କ୍ୟାଣ୍ଟିନ ଏବଂ ଛାତ୍ରୀଙ୍କ ସୁରକ୍ଷା ବିଷୟକୁ ନେଇ ମଧ୍ୟ ଅଧ୍ୟକ୍ଷଙ୍କ ସହ ଆଲୋଚନା କରାଯାଇଛି।