ସୋରଡ଼ା- ୦୨/୧୧/୨୦୨୫ ଗଞ୍ଜାମ ସୋରଡ଼ା ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସ୍ଥାନୀୟ ସରକାରୀ ଶଶୀଭୁଷଣ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସାହୁଙ୍କ ତତ୍ୱାବଧାନଆୟୋଜିତ କାର୍ଯ୍ୟକ୍ରମ ର ଉଦଘାଟନୀ ସମାରୋହରେ ସୋରଡ଼ା ଏନ ଏ ସି ଅଧ୍ୟକ୍ଷ ଶିବ ଶଙ୍କର ପଣ୍ଡା ସମ୍ମାନିତ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ କୁମାର ମଣ୍ଡଳ, ସୁଶୀଳା ପାତ୍ର,ପିତାମ୍ବର ନାୟକ ପ୍ରମୁଖ ମଞ୍ଚାସିନ ଥିଲେ |ଜୁନିୟର, ସିନିୟର ଓ ସୁପର ସିନିୟର ଏଭଳି ତିନୋଟି ବର୍ଗର ୩୨ ଗୋଟି ପ୍ରତିଯୋଗିତାରେ 16 ଟି କ୍ଳଷ୍ଟର ପାଞ୍ଚସହ ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିଲେ
ଶିଶୁଙ୍କ ନିକଟରେ ଅନେକ ସମ୍ଭାବନା ପୁରି ରହିଛି। ଉତ୍କୃଷ୍ଟ ପରିବେଶ ପାଇଲେ ସେମାନେ ପ୍ରତିଷ୍ଠିତ ହୋଇ ବିକଶିତ ହେବେ ବୋଲି ମୁଖ୍ୟ ଅତିଥି କହିଥିଲେ ଓ ପ୍ରତିଯୋଗୀ ମାନେ ଜିଲ୍ଲା ଓ ରାଜ୍ୟସ୍ତରରେ ମହକିତ ହେବାର ଆଶା ପୋଷଣ କରିଥିଲେ |
ଶିକ୍ଷା ସହିତ ଶିଶୁମାନଙ୍କ ମଧ୍ଯରେ ଥିବା ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ନିମନ୍ତେ ସୁରଭି ଏକ ଉତ୍କୃଷ୍ଟ ମଞ୍ଚ ବୋଲି ଅତିଥିବୃନ୍ଦ କହିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁରଭି ମଞ୍ଚ ଦୁଲୁକି ଉଠିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ସଭିଏଁ ଉପଭୋଗ କରିଥିଲେ । ଅତିଥିବୃନ୍ଦ ମଧ୍ଯ ପିଲାଙ୍କ ତାଳେ ତାଳେ ନାଚି ଉଠିଥିଲେ ରାଜେନ୍ଦ୍ର ବିଷୋ
