You are currently viewing କଙ୍କୋରଡା ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ ରେ ଯୋଗଦେଲେ ସାନଖେମୁଣ୍ଡି ବିଧାୟକ।
କଙ୍କୋରଡା ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ ରେ ଯୋଗଦେଲେ ସାନଖେମୁଣ୍ଡି ବିଧାୟକ।

ସାନଖେମୁଣ୍ଡି , ୩୦/୧୨(): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ପ୍ରଥମ ଉଚ୍ଚ ଶିକ୍ଷାନୁଷ୍ଠାନ ଭାବେ ଜଣାଶୁଣା କଙ୍କୋରଡ଼ା ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆଜି ୪୪ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଅଞ୍ଚଳ ବିଶିଷ୍ଟ ବ୍ୟକ୍ତି ବିଶେଷ , କଲେଜ ଛାତ୍ରଛାତ୍ରୀ , ଅଧ୍ୟାପିକା ଅଧ୍ୟାପକ କର୍ମଚାରୀଙ୍କ ସମେତ ପୂର୍ବତନ ଛାତ୍ରଛାତ୍ରୀ ଏବଂ ଅଞ୍ଚଳ ବୁଦ୍ଧିଜୀବୀଙ୍କ ସମାବେଶରେ ଆୟୋଜିତ ଏହି ଉତ୍ସବର ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା,ସମ୍ମାନିତ ଅତିଥି ଭାବେ କଲେଜର ପ୍ରତିଷ୍ଠାତା ସଭାପତି ନରସିଂହ ପାଣିଗ୍ରାହୀ, ମୁଖ୍ୟ ବକ୍ତା

ଭାବେ କଲେଜର ପ୍ରାକ୍ତନ ଅଧ୍ୟାପକ ଅଧ୍ୟକ୍ଷ ତଥା ପରିଚାଳନା କମିଟି ଅଧ୍ୟକ୍ଷ ଡ଼ଃ ହରେକୃଷ୍ଣ ନାୟକ ଯୋଗଦେଇଥିବା ବେଳେ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢ଼ୀ ପୌରହିତ୍ୟ କରିଥିଲେ । ମୁଖ୍ୟ ଅତିଥିଙ୍କ ଗହଣରେ ମଞ୍ଚାଶୀନ ଓଡ଼ିଆ ଅସ୍ମିତାର ଦେବତା ଶ୍ରୀ ଜଗନ୍ନାଥଙ୍କ ଠାରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ସହ ଅତିଥି ସମ୍ବର୍ଦ୍ଧନା ସମ୍ପନ୍ନ ହୋଇଥିଲା।

ମଞ୍ଚାସୀନ ଅତିଥି ସମୂହ ନିଜନିଜ ଅଭିଭାଷଣରେ ତତ୍କାଳୀନ ନିପଟ ମଫସଲ ଅଞ୍ଚଳ ଭାବେ ଜଣାଶୁଣା ଏହି ଅଞ୍ଚଳର ସମସାମୟିକ ଦୂରଦର୍ଶୀ ବିଜ୍ଞ ବ୍ୟକ୍ତିତ୍ଵ ଏବଂ ବୁଦ୍ଧିଜୀବୀଙ୍କ ଅଶେଷ ପରାକାଷ୍ଠାରେ ମହାବିଦ୍ୟାଳୟ ସ୍ଥାପନରେ ଅଞ୍ଚଳର ସୈଖିକ ବାତାବରଣ ବଦଳିଥିବା ପ୍ରକାଶ କରିଥିଲେ।

ଏଥିସହ ଜିଲା ଆଉ ରାଜ୍ୟ ସ୍ତରରେ ମହାବିଦ୍ୟାଳୟ ଆଉ ମହାବିଦ୍ୟାଳୟର ଶିକ୍ଷାର୍ଥୀଙ୍କ ପାଇଁ ଅଞ୍ଚଳର ସୁନାମ ରହିଥିବା ବ୍ୟକ୍ତ କରିଥିଲେ । ସର୍ବୋପରି କଲେଜର ପ୍ରତିଷ୍ଠାତା ସଭାପତି ଶ୍ରୀ ପାଣିଗ୍ରାହୀ ଏବଂ ସାମ୍ପ୍ରତିକ ବିଧାୟକ ଶ୍ରୀ ଜେନା ନିଜ କଲେଜ ଭାବେ କରୁଥିବା ଅକୁଣ୍ଠ ସହଯୋଗକୁ ଶ୍ରେୟ ଦେଇଥିଲେ।
ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କଲେଜ ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ସୁର ସଙ୍ଗମ ମେଲୋଡି

ସହ ସଂସ୍କାର ଧର୍ମୀ ସାମାଜିକ ନାଟକ “କେଉଁ ଦେବତାଙ୍କ ଆଶୀର୍ବାଦ” ପରିବେଷଣ ହୋଇଥିଲା । ଏଥି ସହିତ ପୂର୍ବ ଆୟୋଜିତ କଲେଜ ସ୍ତରୀୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ଵାରା ମାନପତ୍ର ଓ ସିଲଡ ପ୍ରଦାନ ସହ ସମ୍ମାନୀତ କରାଯାଇଥିଲା ।


କାର୍ଯ୍ୟକ୍ରମକୁ ଛାତ୍ର ସଂସଦ ଉପଦେଷ୍ଟା ଅଧ୍ୟାପକ ରବୀନ୍ଦ୍ର ବେହେରା , ଅଶୋକ ନାୟକ, ନାଟ୍ୟ ସଂସଦ ଉପଦେଷ୍ଟା ଅଧ୍ୟାପକ ରଞ୍ଜନ ନାୟକ,ସାଂସ୍କୃତିକ ସଂସଦ ଉପଦେଷ୍ଟା ଅଧ୍ୟାପକ ସଞ୍ଜୀବ ସାହୁ, ଇଂରାଜୀ ଅଧ୍ୟାପିକା ପ୍ରିୟଙ୍କା ଜେନା ପ୍ରମୁଖଙ୍କ ସହ ଅଧ୍ୟାପକ କର୍ମଚାରୀ ଛାତ୍ରଛାତ୍ରୀ ପ୍ରମୁଖ ଉତ୍ସବ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ