ଆସିକା, ୨୩/୩ ଧରାକୋଟ ତାଲୁକ ଶିବ ସେବକ ମୁନି ସଙ୍ଘ ତରଫରୁ ୧୮ ତମ ବାର୍ଷିକ ସମ୍ମିଳନୀ ଗଙ୍ଗାପୁର ଶାସନ ସ୍ଥିତ ଶ୍ରୀ ଚନ୍ଦ୍ର କଳ୍ପେଶ୍ଵର ପୀଠରେ ଅନୁଷ୍ଠିତ ହୋଇ ଯାଇଛି। ପବିତ୍ର ଋଷିକୁଲ୍ୟା ନଦୀରୁ ପବିତ୍ର ଜଳ ସଂଗ୍ରହ କରି ଏକ କଳସ ଯାତ୍ରା ଗ୍ରାମ ପ୍ରରିକ୍ରମା କରାଯାଇ ଚନ୍ଦ୍ରକଳ୍ପେଶ୍ୱର ପୀଠରେ ସ୍ଥାପନ କରି କୂଳଦୀପ ପ୍ରଜ୍ବଳନ କରାଯିବା ପରେ ସମ୍ମିଳନୀ ଆରମ୍ଭ ହୋଇଥିଲା।ଏହି ଦୁଇ ଦିନିଆ ସମ୍ମିଳନୀରେ କୁଳ ସମାଜର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ସମାଧାନର ପନ୍ଥା ବାହାର କରାଯାଇଥିଲା। ଏହି ଅବସରରେ କୁଳର ରହିଥିବା ଭିନ୍ନକ୍ଷମ, ଆର୍ଥିକ ଅନଗ୍ରସ ,କୃତି ଛାତ୍ର, ବିବାହ ପାଇଁ ସହାୟତା ,ଶବ ସତ୍କାର ,ଶିକ୍ଷା ପାଇଁ ଆର୍ଥିକ ପ୍ରୋତ୍ସାହନ ଏବଂ ଜରୁରୀ ଚିକିତ୍ସା ସହାୟତା ଓ ବିକଳାଙ୍ଗଙ୍କୁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା। ସେହି ପରି କୁଳ ସମାଜରୁ ଦଣ୍ଡ ବିଧାନ ଉଚ୍ଛେଦ ଓ ବାଲ୍ୟ ବିବାହ ବନ୍ଦ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆ ଯାଇଛି। କୁଳାଧିସ ପ୍ରକାଶ ମୁନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୨ ଦିନିଆ ସମ୍ମିଳନୀରେ ୩୨ ଖଣ୍ଡ ଗ୍ରାମର ମୁନି ଶିବ ସେବକ ମାନେ ଉପସ୍ଥିତ ରହିଥିଲେ।ଏହି ଅବସରରେ ଆଗାମୀ ପରିଚାଳନା କମିଟି ଗଠନ କରାଯାଇଥିଲା। ସଭାପତି ଭାବେ ପ୍ରକାଶ ଚନ୍ଦ୍ର ମୁନୀ, ଉପସଭାପତି ତଥା କୁଳବେହେରା କାଳୀ ଚରଣ ମୁନୀ, ଭାସ୍କର ମୁନୀ, ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ମୁନୀ, ଯୁଗ୍ମ ସମ୍ପାଦକ ଉମାକାନ୍ତ ମୁନୀ ଓ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ମୁନୀ ନବ ନିଯୁକ୍ତି ପାଇଥିବା ବେଳେ ଉପଦେଷ୍ଟା ମଣ୍ଡଳୀ ରେ କାଳୁ ଚରଣ ମୁନୀ, ଶରତ ଚନ୍ଦ୍ର ମୁନୀ, ଡାକ୍ତର ମୁନୀ, ଗଙ୍ଗାଧର ମୁନୀ ଓ ବିଜୟ ମୁନୀ ସ୍ଥାନ ପାଇଛନ୍ତି l ସେହିଭଳି ଗଙ୍ଗାପୁର ଅଞ୍ଚଳର ଗଙ୍ଗାପୁର ଶାସନର ଗ୍ରାମ ସଭାପତି ଶରତ ମୁନୀ, ସମ୍ପାଦକ ଶଙ୍କର୍ଷଣ ମୁନୀ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମୁନୀ, ସଭ୍ୟ ନଟବର ମୁନୀ, ରଘୁନାଥ ମୁନୀ ସମେତ ଗ୍ରାମବାସୀ ବୃନ୍ଦ ଏହି ଦୁଇ ଦିନିଆ ସମିଳନୀ ର ପୂର୍ଣ୍ଣ ତଦାରଖ କରିଥିଲେ lପରି ଶେଷରେ ନବନିଯୁକ୍ତି କମିଟି କୂଳରେ ବିଗିଡି ଯାଉଥିବା ନୀତି ଓ ଆଦର୍ଶ ଯେପରି ଅକ୍ଷୁର୍ଣ୍ଣ ରହିବ ତାହାରି ଉପରେ ଗୁରୁତ୍ୱ ଦିଆ ଯାଇଥିଲେ।
