ଖଲ୍ଲିକୋଟ ; 19/2 ସୋମବାର ଠାରୁ 6 ଦଫା ଦାବି ପୂରଣ ପାଇଁ ଖଲ୍ଲିକୋଟ ବ୍ଲକ ର ସମସ୍ତ ରାଜସ୍ବ ନିରୀକ୍ଷକ ଓ ସହ -ନିରୀକ୍ଷକ ମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଡାକରା ଦେଇଥିବା ଜଣାପଡିଛି |ଓ ଡ଼ି ଆର ଏସ ନିୟମ 1983 ଆବଶ୍ୟକ ସଂଶୋଧନ କରି ରାଜସ୍ବ କ୍ଷେତ୍ର କର୍ମଚାରୀଙ୍କ କ୍ୟାଡର ରୁଲ ପୁନର୍ଗଠନ,ସହକାରୀ ରାଜସ୍ବ ନିରୀକ୍ଷକ ବେତନ ସଂରଚନା ଓ ପରବର୍ତୀ ସ୍ତର ଓ ଆର ଏସ ପି ସ୍ତର 8 ଓ ସ୍କେଲ -1 ଓ ରାଜସ୍ବ ନିରୀକ୍ଷକ ଙ୍କ ପୋଷ୍ଟ 90 ଭାଗ ପଦୋନ୍ନତି ସ୍ଥିର କରିବା, ଗତ 1-1-2006 ଠାରୁ ଆର ଆଇ, ଏ ଆର ଆଇ ଓ ଆର ଏସ ମାନଙ୍କ ଦରମା ବୃଦ୍ଧି ସମେତ ବିଭିନ୍ନ ଦାବି ଆନ୍ଦୋଳନ ଜାରି କରି ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ହାତକୁ ନେଇଥିବା ଜଣାପଡିଛି |ଉକ୍ତ ଆନ୍ଦୋଳନ ରେ ସୁପରଭାଇଜର ଜି ହରେକୃଷ୍ଣ, ତ୍ରିଲୋଚନ ବିଶ୍ୱାଳ,ରାଜସ୍ବ ନିରୀକ୍ଷକ ମୀନକେତନ ଶବର,ବିନୟ ଶବର,ବି ଉଦୟ ଯାଦବ,ଡ଼ି ଲିଲି କୁମାରୀ, ପଙ୍କଜ ମଲ୍ଲିକ,ଶୁଭ୍ରାଞ୍ଜଳି ମୁଦୁଲି, ମୋହନ ପାତ୍ର, ରମେଶ ଚନ୍ଦ୍ର ଜେନା,ବଂଶୀଧର ସେଠି, ପ୍ରଫୁଲ୍ଲ ଦଳବେହେରା, ଅମ୍ବିକା ଦାସ,ଜେନା ସରସ୍ବତୀ,ସନ୍ଧ୍ୟାରାଣୀ ମଳିକ ଓ ବସନ୍ତ ସେଠି,ବିକାଶ ଚନ୍ଦ୍ର ପଣ୍ଡା, ଇତିଶ୍ରୀ ପଣ୍ଡା ପ୍ରମୁଖ ଆର ଆଇ ଓ ଏ ଆର ଆଇ ମାନେ ଆନ୍ଦୋଳନ ରେ ଅଂଶ ଗ୍ରହଣ କରିଥିଲେ |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
