You are currently viewing ଜାମୁନି ପଞ୍ଚାୟତ ରେ ମୋ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ |
ଜାମୁନି ପଞ୍ଚାୟତ ରେ ମୋ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ |

ପୁରୁଷୋତ୍ତମ ପୁର ବ୍ଳକ ଅନ୍ତର୍ଗତ ଜାମୁନୀ ଗ୍ରାମ ପଞ୍ଚାୟତସୁରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଯୁବ ସରପଞ୍ଚ ଇନ୍ଦ୍ରଜିତ ନାଇକ ଙ୍କ ସଂଯୋଜନା ରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥ୍‌ ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣୀ ବୈଦ୍ୟ ଯୋଗଦେଇଥିଲେ। ଏବଂ ସାମ୍ନାନୀତ ଅତିଥି ଭାବେ ବିଜେଡି ଗଞ୍ଜାମ ଜିଲ୍ଲା ସମ୍ପାଦକ ତଥା ସମାଜ ସେବୀ ନିର୍ମଳ ଚନ୍ଦ୍ର ସାହୁ, ବ୍ଲକ ଅଧକ୍ଷା ପିଙ୍କି ବେହେରା, ପୁରୁଷୋତ୍ତମପୁର ବ୍ଲକ ବିଜେଡି ସଭାପତି ଚିତ୍ତ ରଞ୍ଜନ

ପାଣିଗ୍ରାହୀ, ବ୍ଲକ ଯେଇ ମେଡମ, 36 ନଂ ଜିଲ୍ଲା ପରିଷଦ ଭଜ ମନ ବେହେରା, ମଞ୍ଚାସିନ ଥିଲେ | ମଞ୍ଚାସିନ ଅତିଥିଙ୍କ ଦ୍ୱାରା ଦ୍ବୀପ ପ୍ରଜ୍ଜ୍ଵଳନ କରା ଯାଇ ଥିଲା | ବ୍ଲକ ବିଜେଡି ସଭାପତି ଚିତ୍ତରଞ୍ଜନ ପାଣିଗ୍ରାହୀ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ମଞ୍ଚାସିନ ଅତିଥି ମାନଙ୍କ ସହ, ଗାଙ୍ଗଦହଣୀ ସରପଞ୍ଚ ଓ ସମିତି ସଭ୍ୟ,ପ୍ରତାପୁର ସରପଞ୍ଚ,ଆଛୁଲି ସରପଞ୍ଚ,, ହାଣ୍ଡିଘର ସରପଞ୍ଚ, ସନ୍ତୋଷ ବାବୁ,ଆଡଭୋକେଟ ସ୍ବରାଜ ପାଣିଗ୍ରାହୀ, ଜାମୁନୀ ଗ୍ରାମପଞ୍ଚାୟତ ସମିତି ସଭ୍ୟା ଯୋଗଦେଇଥିଲେ। ଏହାସହ ମିଶନ ଶକ୍ତି,ସ୍ୱାସ୍ଥ୍ୟ ବିଭାଗ, ସୂଚନା ବିଭାଗ, କୃଷି, ଉଦ୍ୟାନ ବିଭାଗ, ମହିଳା ଶିଶୁ ବିକାଶ ବିଭାଗ, ଅଙ୍ଗନୱାଡି କର୍ମୀ, ଆଶା, ସ୍ୱୟଂ ସହାୟିକା ଗୋଷ୍ଠି, ଏମ୍ବିକେ, ସିଆରପି ସଭ୍ୟା, ଭୋଟର ସଚେତନତା କେନ୍ଦ୍ର, ର ଅଧିକାରୀ ମାନେ ଉପସ୍ଥିତ ଥିଲେ | ସରପଞ୍ଚ ଓ ଅନ୍ୟାନ୍ୟ ଅତିଥି ମାନେ ମୋ ଓଡିଶା, ନବୀନ ଓଡିଶା ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5ଟି ଅଧକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନ ଙ୍କ ଦ୍ୱାରା ହେଉଥିବା ଜଗନ୍ନାଥ ସଂସ୍କୃତି ର ସଂରକ୍ଷଣ ଓ ରୂପାନ୍ତି କରଣ, ଜନ ସାଧରଣଙ୍କ ବିଭିର୍ଣ୍ଣ ଉର୍ନ୍ନତି କରଣ ସହିତ,ମହିଳା ସଶସ୍ତ୍ରୀ କରଣ ଓ ଭିତ୍ତି ଭୂମିର ବିକାଶ, ବିଭିର୍ଣ୍ଣ ମନ୍ଦିର ର ନୂତନୀ କରଣ, ପ୍ରାଥମିକ, ଉଚ୍ଚ ମାଧ୍ୟମିକ, ହାଇସ୍କୁଲ, ଯୁକ୍ତ ଦୁଈ ଓ ଯୁକ୍ତ ତିନି କଲେଜ ଗୁଡିକର ରୂପାନ୍ତି କରଣ, ସ୍ମାର୍ଟ ସ୍କୁଲ ଗଠନ, ବ୍ୟଙ୍କିଙ୍ଗ ଭିତ୍ତି ଭୂମିର ର ବିକାଶ ଉପରେ ଧ୍ୟାନ ଦେଉଛନ୍ତି, ତାଉପରେ ଆଲୋକ ପାତ କରି ଥିଲେ | ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ଇନ୍ଦ୍ରଜିତ ନାୟକ ଙ୍କ ନେତୃତ୍ୱ ରେ ପ୍ରାୟ ଦୁଈ ହଜାର ରୁ ଉର୍ଦ୍ଧ ବ୍ୟକ୍ତି ମାନେ ଉପସ୍ଥିତ ହୋଇ ଥିଲେ | ପୁରୁଷୋତ୍ତମ ପୁର ପଞ୍ଚାୟତ ସମିତିର ୨୬ ଗୋଟି ପଞ୍ଚାୟତ ର ବିଜୁଜନତା ଦଳର ସମସ୍ତ ବିଭାଗ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।ସମସ୍ତ ଅତିଥ୍‌ ମାନଙ୍କୁ ସରପଞ୍ଚ ଓ ସମିତି ସଭ୍ୟା ଉପଢୌକନ ଓ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରିଥିଲେ। ସରପଞ୍ଚ ଓ ସମିତି ସଭ୍ୟା ଙ୍କ ପଞ୍ଚାୟତ ର ବିଭିର୍ଣ୍ଣ ଉର୍ନ୍ନତି ଓ ଜନ ହିତକର କାର୍ଯ୍ୟକୁ ଦେଖି ଉପସ୍ଥିତ ଜନତା, ବରିଷ୍ଟ ନାଗରିକ ସଦସ୍ୟ ଏବଂ ବୁଦ୍ଧିଜୀବୀ ମାନେ ବହୁତ ଖୁସି ବ୍ୟକ୍ତ କରିଥିଲେ | ଶେଷରେ ଝିଅ ମାନଙ୍କ ଦ୍ୱାରା ବିଭିର୍ଣ୍ଣ ରଙ୍ଗା, ରଙ୍ଗ ନୃତ୍ୟ ପରିବେଷଣ କୁ ଦେଖି ଅତିଥି ମାନେ ମନ୍ତ୍ର ମୁଗ୍ଧ ହୋଇ ଯାଇଥିଲେ | ରିପୋର୍ଟ ପ୍ରସନ୍ନ କୁମାର ଦାସ