You are currently viewing -ସହିଦ ଙ୍କ ସ୍ମୃତି ଉଧେଶ୍ୟ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ଶୋଭାଯାତ୍ରା ପାଳିତ |
-ସହିଦ ଙ୍କ ସ୍ମୃତି ଉଧେଶ୍ୟ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ଶୋଭାଯାତ୍ରା ପାଳିତ |

ଖଲ୍ଲିକୋଟ 14/2
  ଖଲ୍ଲିକୋଟ ସହର ର ପ୍ରତିଷ୍ଠିତ ବେସରକାରୀ ଶିକ୍ଷା ଅନୁଷ୍ଠାନ ଆରିଆନ ଏକାଡେମୀ ପକ୍ଷରୁ ଶୁକ୍ରବାର ଦିନ   କଳା ଦିବସ ପାଳନ କରାଯାଉଛି| ଏହି ଅବସର ରେ ଦିବଂଗତ ସହିଦ୍ ମାନଙ୍କ ଅମ୍ଳାନ ଶ୍ରୁତି ଉଦ୍ଦେଶ୍ୟ ରେ  ଛାତ୍ର ଛାତ୍ରୀ ମାନଙ୍କ ଏକ ବିରାଟ ଶୋଭାଯାତ୍ରା ଖଲ୍ଲିକୋଟ ସହର ପରିକ୍ରମା କରିଥିଲ | . ସହିଦ୍ ଯବାନ ଅମର ରହେ ସ୍ଲୋଗାନ ଦେଇ ପୋଲୱାମା ଆକ୍ରମଣ ରେ ବୀରଗତି ପ୍ରାପ୍ତ ହୋଇଥିବା ଯବାନ ମାନଙ୍କ ଅମର ଆତ୍ମା ର ସଦଗତି କାମନା କରିଥିଲ| . ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ ସହିତ ଶତାଧଛାତ୍ର ଛାତ୍ରୀ ଯୋଗ ଦେଇଥିଲେ| . ଆଧୁନିକତାର ଛାପ ରେ ବସବର୍ତ୍ତି ଯୁବକ ଓ ଯୁବତୀ ମାନେ ଆଜି ର ଦିନ କୁ ପ୍ରେମ ଦିବସ ଭାବେ ପାଳନ କରୁଥିବା ବେଳେ ଉକ୍ତ ଛାତ୍ର ଛାତ୍ରୀ ମାନେ କଳା ଦିବସ ପାଳନ କରିଥିବାରୁ ଏହାକୁ ବିଭିନ୍ନ ମହଲ ରେ ସ୍ଵାଗତ କରାଯାଇଛି|.

ଏ ଉପଲକ୍ଷେ ଛାତ୍ର ଛାତ୍ରୀ ମାନେ ଚାଳିଶି ଗୋଟି ଦୀପ ପ୍ରଜ୍ବଳନ କରିଥିବା ବେଳେ ଅମର ସହିଦ ମାନଙ୍କ ପାଇଁ ଏକ ମିନେଟ ନିରବ ପାର୍ଥନା କରିଥିଲେ |ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଶିକ୍ଷକ ପ୍ରଶାନ୍ତ କୁମାର ବେହେରା ଓ ଅନ୍ୟାନ୍ୟ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନେ ସମ୍ପାଦିତ କରିଥିଲେ |ପ୍ରକାଶ ଥାଉକି ଏହି ଅନୁଷ୍ଠାନ ରୁ ପ୍ରାୟ 280 ଜଣ ବିଭିନ୍ନ ବର୍ଗ ର କୋଚିଂ ନେଇ ପଦଟିକ ବାୟୁ ସେନା ଓ ଶିକ୍ଷକ ପଭୃତି ଚାକିରୀ ପାଇଥିବା ପ୍ରକାଶ |

ରିପୋର୍ଟ : ମାଧବ ବେହେରା ଖଲ୍ଲିକୋଟ