You are currently viewing ସୁବର୍ଣ୍ଣପୁର ରେ ଜାତୀୟ ମତଦାତା ଦିବସ ପାଳିତ
ସୁବର୍ଣ୍ଣପୁର ରେ ଜାତୀୟ ମତଦାତା ଦିବସ ପାଳିତ

ସୁବର୍ଣ୍ଣପୁର ନୂତନ ଟାଉନ ହଲ୍ ରେ ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି l ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଅଞ୍ଜଳିନା ପ୍ରଧାନ, ଉପଜିଲ୍ଲାପାଳ ସୋନପୁର ସୁରଜ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l


ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦାଶ ସ୍ୱାଗତ ସମ୍ଭାଷଣ ପ୍ରଦାନ କରି ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ I ଜିଲ୍ଲାପାଳ ଶ୍ରୀଯୁକ୍ତ ରାୟ ସମସ୍ତ ମତଦାତାଙ୍କୁ ସଂକଳ୍ପ ପାଠ କରାଇଥିଲେ I ଯୁବ ନୂଆ ଭୋଟର ମାନେ ଦେଶର ଭବିଷ୍ୟତ ଏବଂ ସେମାନଙ୍କ ହାତରେ ଦେଶର ଗଣତନ୍ତ୍ର ସୁରକ୍ଷିତ ରହିବ ବୋଲି ସେ ଉଦ୍ବୋଧନ ଦେଇଥିଲେ l ଜାତୀୟ ମତଦାତା ଦିବସ ଅବସରରେ
ନୂତନ ଯୁବ ଭୋଟର ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା l ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ସ୍ତରରେ ହୋଇଥିବା ରଚନା, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଭୋଟର ସଚେତନତା ଓ ଭୋଟର ପରିଚୟ ପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ରେ ଉଲ୍ଲେଖନୀୟ ଅବଦାନ ପାଇଁ ନିର୍ବାଚନମଣ୍ଡଳୀ ସୋନପୁର ରୁ ବିଡିଓ ତରଭା, ଅନିଲ କୁଲୁ,
ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ରୁ ବିନିକା ବିଡିଓ, ପ୍ରମୋଦ କୁମାର ମେହେର ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ କର୍ମଚାରୀ , ଶିକ୍ଷକ ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ସମ୍ମାନିତ କରାଯାଇଥିଲା l ନିର୍ବାଚନ ଅଧିକାରୀ ଯଶସ୍ଵିନୀ ପୃଥାଳ ଙ୍କ ପରିଚାଳନା ରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶ୍ଵିନି କୁମାର ଭୋଇ , ଜୟଦ୍ରଥ ଜଗଦଲା , ପଦ୍ମଲୋଚନ ଧରୁଆ ଏବଂ ଅନ୍ୟାନ୍ୟ କର୍ମଚାରୀ ସହାୟତା ପ୍ରଦାନ କରିଥିଲେ l ବିଦ୍ୟାପତି ପଣ୍ଡା ସଭା ସଂଯୋଜନା କରିଥିଲେ l ସଭା ପୂର୍ବରୁ ସ୍ଥାନୀୟ ରୋୟାଲ ପଡ଼ିଆ ରୁ ଏକ ୱାକାଥନ ରେଲି ରେ ସୋନପୁର ମହାବିଦ୍ୟାଳୟର ଏନସିସି କେଡେଟ୍ , ଇନଫିନିଟି ର କର୍ମକର୍ତ୍ତା ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଅଂଶଗ୍ରହଣ କରିଥିଲେ l
କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ ବିଭିନ୍ନ ସ୍କୁଲ କଲେଜ ର ଛାତ୍ରଛାତ୍ରୀ ,ଶିକ୍ଷକ, ନୂତନ ଭୋଟର ଏବଂ ଗଣମାଧ୍ୟମର ପ୍ରତିନିଧି ଅଂଶଗ୍ରହଣ କରିଥିଲେ I