ଗଞ୍ଜାମ, ୧୨/୧୧/୨୪():ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳକୁ ପୁଣି ଫେରିଛି ମହାବଳ ବାଘ ଗ୍ରାମବାସୀ ଭୟବିତ l ଦିଗପହଣ୍ଡି ଅଂଚଳ ଜକର ପଂଚାୟତ ଚୈତନ୍ୟ ପ୍ରସାଦ ଗ୍ରାମ ର ରତନେଇ ଜଙ୍ଗଲରେ ସୋମବାର ବନବିଭାଗ ମହାବଳ ବାଘର ପାଦ ଚିହ୍ନ ଚିହ୍ନଟ ହୋଇଛି। ଖବର ପାଇ ବ୍ରହ୍ମପୁର ସହକାରୀ ବନ୍ୟପ୍ରାଣୀ ସଂରକ୍ଷକ ଡ଼. ରୁଦ୍ର ପ୍ରସାଦ ରଥ,ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ପହଞ୍ଚି ସବିଶେଷ ତଥ୍ୟ ସଂଗ୍ରହ କରି ଫେରିଛନ୍ତି। ଆଖ ପାଖ ସମସ୍ତ ଗ୍ରାମବାସୀ ଙ୍କୁ ସନ୍ଧ୍ୟା, ସକାଳୁ ଘରୁ ପଦାକୁ ନ ବାହାରିବାକୁ ସଚେତନତା କରିଛନ୍ତି ବନବିଭାଗ lଦିଗପହଣ୍ଡି ବ୍ଳକ ଖମ୍ବାରୀ ଗାଁ ପଞ୍ଚାୟତର ଆଦିବାସୀ ଗ୍ରାମ ପଦ୍ମପୁର ନିକଟସ୍ଥ ମକାବାଡରେ ମହାବଳ ବାଘର ପାଦ ଚିହ୍ନକୁ ବନବିଭାଗ ପକ୍ଷରୁ ଚିହ୍ନଟ କରାଯାଇଥିଲା।ବନବିଭାଗ ପକ୍ଷରୁ ୩ ଟିମ ଗଠନ କରାଯାଇ ବାଘର ଗତିପଥକୁ ଅନୁଧ୍ୟାନ ନିମନ୍ତେ ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମେରା ଲଗାଇବା ସହ ବନ କର୍ମଚାରୀ ମାନଙ୍କୁ ସେଠାରେ ମୁତୟନ କରାଯାଇଥିଲେ ମଧ୍ୟ ଟ୍ରାପ କ୍ୟାମେରାରୁ ବାଘର ଫଟୋ ମିଳିନଥିଲା।ମହାବଳ ଗଜପତି ଜିଲା ପାରଳାଖେମୁଣ୍ଡି ବନ ଡିଭିଜନ ଆର୍.ଉଦୟଗିରି ନିକଟ ଜଙ୍ଗଲକୁ ଚାଲିଯିବା ପରେ ପୁଣି ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ ଅଧୀନ ଗାଇଡ଼ା ଜଙ୍ଗଲକୁ ଫେରିଥିଲା।ଗତ ୧ ତାରିଖ ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧିନ ନୂଆପଡ଼ା ବିଟ ଗାଇଡ଼ା ଜଙ୍ଗଲ ସଂଲଗ୍ନ ବାତରଡ଼ା ପଲ୍ଲୀ ଗ୍ରାମ ନିକଟରୁ ବନବିଭାଗ ବାଘର ପାଦ ଚିହ୍ନ ସଂଗ୍ରହ କରିଥିଲା। ବର୍ତମାନ ସୁଦ୍ଧା ଜଙ୍ଗଲ ରେ ଲଗାଯାଇଥିବା ଟ୍ରାପ କେମେରା ବାଘ ର କୌଣସି ଗତିବିଧି ର ଫୋଟ ମିଳିପାରିନାହିଁ l ରାତ୍ର ମଧ୍ୟରେ ଦିଗ ବଦଳାଉଛି ମହାବଳ ବାଘ ବର୍ତମାନ ସୁଦ୍ଧା କୋଣସି ଲୋକଙ୍କୁ ଆକ୍ରମଣ କରିନାହିଁ ବାଘ ସୂଚନା ମିଳିଛି l
