You are currently viewing ସାନଖେମୁଣ୍ଡିରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକର୍ମ କୁ ନେଇ ପାଣ୍ଡିଆନ ଙ୍କ ତୃତୀୟ ଦିନ ଗସ୍ତ
ସାନଖେମୁଣ୍ଡିରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକର୍ମ କୁ ନେଇ ପାଣ୍ଡିଆନ ଙ୍କ ତୃତୀୟ ଦିନ ଗସ୍ତ

ସାନଖେମୁଣ୍ଡି , ୨୭/୦୮,ରଘୁନାଥ ନାୟକ ) : ତିନିଦିନିଆ ଗଞ୍ଜାମ ଗସ୍ତ ଅବସରରେ ଆଜି ମଧ୍ୟାହ୍ନ ପରବର୍ତ୍ତୀ ସମୟରେ ରାଜ୍ୟ ୫ – ଟି ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ସାନଖେମୁଣ୍ଡି ବ୍ଲକର ଜଗନ୍ନାଥପୁର ଛକ ଠାରେ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ । ଉପସ୍ଥିତ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପ୍ରକଳ୍ପ ନିର୍ଦ୍ଦେଶକ କୀର୍ତ୍ତି ଭାସନ୍ , ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନାଏବଂ ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଳକର୍ଣୀଙ୍କ ସହ ହେଲିକପ୍ଟର କରିଡ଼ରରୁ ୨୦ ମିଟର ଦୂରରେ ଥିବା ସମାରୋହ ସ୍ଥଳରେ ପହଞ୍ଚି ଜନସାଧାରଣଙ୍କ ସହ ହାତ ମିଶାଇବା ସହ ସେମାନଙ୍କ ବିଭିନ୍ନ ଅଭିଯୋଗ ଗ୍ରହଣ କରିଥିଲେ ।

ପୂର୍ବ ପ୍ରସ୍ତୁତ ଥିବା ଜିଲ୍ଲାପରିଷଦ ଅଧ୍ୟକ୍ଷା ଅଞ୍ଚଳି ସ୍ୱାଇଁ ଏବଂ ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ସୁଲକ୍ଷଣା ଦେବୀଙ୍କ ଦ୍ଵାରା ସ୍ବତନ୍ତ୍ର ସମ୍ବର୍ଦ୍ଧିନା ପରେ ସଭା ସ୍ଥଳର ସ୍ବତନ୍ତ୍ର କରିଡ଼ରରେ ବିଚରଣ କରି ମହିଳା ସଂଚୟିକା ସଂଘ ସଦସ୍ୟାଙ୍କ ସହ ଉପସ୍ଥିତ ଜନସାଧାରଣଙ୍କ ଠାରୁ ଅଭିଯୋଗ ପତ୍ର ମଧ୍ୟ ଗ୍ରହଣ କରିଥିଲେ । ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଜନସମାବେଶରେ ଏକମାତ୍ର ବ୍ୟକ୍ତିତ୍ୱ ଭାବେ ଶ୍ରୀ ପାଣ୍ଡିଆନ ମଞ୍ଚାସୀନ ରହି ଜୟ ଜଗନ୍ନାଥ ବକ୍ତବ୍ୟରୁ ନିଜ ସମ୍ଭାଷଣ ଅୟମାରମ୍ଭ କରିଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ସମ୍ପ୍ରତି ୨୯ ଜିଲ୍ଲା ଗସ୍ତକରି ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ଅଭିଯୋଗ ପତ୍ର ଗ୍ରହଣ କରୁଥିବା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଥିବା ନିଜ ନିର୍ବାଚନ ଜିଲ୍ଲାର ବିକାଶ ସହ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀକୁ ଅଧିକ ଗୁରୁତ୍ବ ଦେଉଥିବା ସେ କହିଥିଲେ ।

ଅତଏବ ଅଞ୍ଚଳର ଶିକ୍ଷାର ବିକାଶରେ ସ୍ମାର୍ଟ ସ୍କୁଲ ,କୃଷି ଓ କୃଷକଙ୍କ ପାଇଁ ଜଳସେଚନ ପାନୀୟ ଜଳ ପାଇଁ ଘୋଡାହାଡ଼ ମେଗା ଜଳ ପ୍ରକଳ୍ପରୁ ସାନଖେମୁଣ୍ଡି ବ୍ଲକର ଆଠଗୋଟି ପଞ୍ଚାୟତକୁ ସାମିଲ , ପ୍ରାଚୀନ ମଠ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳ ରୂପାନ୍ତରଣ , ରାସ୍ତା ନିର୍ମାଣ ଆଦିର ରୂପରେଖ ନେଇ ନିଜ ବକ୍ତବ୍ୟ ରଖିଥିଲେ । ଏହା ସହିତ ଧରାକୋଟ ଜଗନ୍ନାଥ ମନ୍ଦିର ସହ ବ୍ଲକର ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଏବଂ ସୋମନାଥ ବିଜ୍ଞାନ ମହାବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ଘୋଷଣା କରିଥିଲେ ।

ଏହା ସହ ସାନଖେମୁଣ୍ଡିର ଡେଙ୍ଗାଉସ୍ତା ଠାରୁ ପାଲାସପୁର ରାସ୍ତାର ଉନ୍ନତିକରଣ ବିଷୟ ଉପସ୍ଥାପନା କରିଥିଲେ । ସାନଖେମୁଣ୍ଡି ସଭାରେ ଉଭୟ ବ୍ଲକରୁ ୧୨୦୦ ରୁ ଅଧିକ ଅଭିଯୋଗ ପତ୍ର ହସ୍ତଗତ ହୋଇଥିବା ସେ ସଭାରେ ଘୋଷଣା କରିଥିବା ବେଳେ ବହୁ ସଂଖ୍ୟାରେ ଅଭିଯୋଗ ପରମୁହୁତ୍ତରେ ସଂଗୃହିତ ହୋଇଥିଲା । ଉଭୟ ବ୍ଲକ ପ୍ରଶାସନ ଏବଂ ଶାସକଦଳ କର୍ମୀ ସଂଗଠକଙ୍କ ପକ୍ଷରୁ ପଞ୍ଚାୟତୱାରୀ ବସ ଏବଂ ଅଟୋ ଦ୍ଵାରା ଜନ ସମାଗମ କରାଯାଇଥିଲା । ଉଭୟ ଧରାକୋଟ ଏବଂ ସାନଖେମୁଣ୍ଡି ବ୍ଲକ ବିଡ଼ିଓ ଡେନିସ୍ ବେହେରା ଏବଂ ଗାୟତ୍ରୀଦତ୍ତ ନାୟକ , ତହସିଲଦାର ଡଃ ଶ୍ରୀନିବାସ ବେହେରା , ବନ ବିଭାଗ କର୍ମଚାରୀ , ସମସ୍ତ ଲାଇନ୍ ଅଧିକାରୀ କର୍ମଚାରୀ , ମିଶନ ଶକ୍ତି ମହିଳା କାର୍ଯ୍ୟକର୍ତ୍ତା , କଲେଜ ଛାତ୍ର ଛାତ୍ରୀଙ୍କ ସମାଗମରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ଧଳା ସାଦା ପୋଷାକଧାରୀ ବିପୁଳ ପୋଲିସ ଛାଉଣୀ ସହ ପାଟପୁର ଥାନା ଏବଂ ଆସିକା ପୋଲିସ ଜିଲ୍ଲା ଅନ୍ତର୍ଗତ ସମସ୍ତ ଥାନା ଅଧିକାରୀ ସଦଳବଳେ ଉପସ୍ଥିତ ରହି ୫ – ଟି ସଚିବଙ୍କ ନିର୍ଦ୍ଧାରିତ ଏକ ଘଣ୍ଟିଆ ଗସ୍ତ କାର୍ଯ୍ୟକ୍ରମରେ ଆଇନ ଶୃଙ୍ଖଳା ଏବଂ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ । ଅନ୍ୟ କ୍ରମରେ ଗସ୍ତକୁ ବିରୋଧ କରାଯାଇ ପାଟପୁର ଗାନ୍ଧୀ ଛକ ଠାରେ ସାନଖେମୁଣ୍ଡି ବିଜେପି ପକ୍ଷରୁ କଳାପତାକା ଦେଖାଇ ପ୍ରଦର୍ଶନ କରାଯାଇଥିଲା ।

ଜିଲ୍ଲା ଯୁବନୋର୍ଚ ସଭାପତି ଦୀପକ ପ୍ରଧାନଙ୍କ ନିର୍ଦ୍ଦେଶ ମତେ ଯୁବମୋର୍ଚ୍ଚା ଏମ ଚିନ୍ମୟ ରେଡ୍ଡୀଙ୍କ ନେତୃତ୍ୱରେ ବହୁ ବିଜେପି ଅନୁଗତ କଲା ପତାକା ପ୍ରଦର୍ଶନ ସହ ବିଜେଡି ଏବଂ ପାଣ୍ଡିଆନ ବିରୋଧୀ ସ୍ଲୋଗାନ ଦେଇଥିଲେ । ପାଟପୁର ଥାନା ପକ୍ଷରୁ ନିୟୋଜିତ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଠାଇ ଥାନାରେ ଅଟକ ରଖିଥିବା ସୂଚନା ରହିଅଛି ।