ପୁରୁଷୋତ୍ତମପୁର ଏନଏସି ର 10 ଜଣ କାଉନ ସିଲର ଆଜି ଖଲ୍ଲିକୋଟ ଯାଇ ବିଜେପି ର ନୂତନ ବିଧାୟକ ପୂର୍ଣ୍ଣିଚନ୍ଦ୍ର ସେଠୀଙ୍କୁ ସାକ୍ଷାତ କରିଛନ୍ତି | ଏହାସହ ସମସ୍ତ କାଉନ ସିଲର ବିଧ୍ୟାୟକ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇ ଛନ୍ତି | ସେ ବ୍ୟସ୍ତତା ଯୋଗୁଁ, ଭୁବନେଶ୍ୱର ରେ ଦକୀୟ କାର୍ଯ୍ୟଳୟ ରେ ରହିଥିବାରୁ ପୁରୁଷୋତ୍ତମପୁର ଆସିପାରି ନଥିଲେ | ତେଣୁ 10 ଜଣ କାଉନ ସିଲର ଆଜି ଏକତ୍ରିତ ହୋଇ ବିଧାୟକ ଙ୍କୁ ସାକ୍ଷାତ କରିବା ସହ ତାଙ୍କରି ଭଲମନ୍ଦ ପଚାରିବୁଝିଥିଲେ |ତାସହିତ
ପୁରୁଷୋତ୍ତମପୁର ଏନଏସିର ସମସ୍ତ ଅସମ୍ପୂର୍ଣକାର୍ଯ୍ୟକୁସମ୍ପୂର୍ଣ କରିବାକୁ ପ୍ରସ୍ତାବ ଦେଇଥିଲେ | ଏବଂ ସମସ୍ତ କାଉନ ସିଲର ବିଧାୟକ ଙ୍କ ସହିତ ତାଙ୍କ ଖଲ୍ଲିକୋଟ ବାସ ଭବନ ରେ ବସି ବହୁତ ସମୟ କଥାବାର୍ତ୍ତା କରିଥିଲେ | ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ କାଉନ ସିଲର ଙ୍କ ସହ କଥାବାର୍ତ୍ତା କରି ବହୁତ ଖୁସି ହୋଇ ଥିଲେ | ଏହାପରେ ସେମାନେ ପୁରୁଷୋତ୍ତମପୁର ଏନଏସି କୁ ଫେରିଥିଲେ | ରିପୋର୍ଟ ପ୍ରସନ୍ନ କୁମାର ଦାସ


