You are currently viewing ବାଲିସିରାରେ ଗଞ୍ଜାମ ଜିଲ୍ଲା ସରପଚଂ ମହାସଂଘର ସମାବେଶ
ବାଲିସିରାରେ ଗଞ୍ଜାମ ଜିଲ୍ଲା ସରପଚଂ ମହାସଂଘର ସମାବେଶ

ଆସିକା, ୯/୯ (ଶକ୍ତି ପ୍ରସାଦ କର) ଆସିକା ବାଲିସିରା ସ୍ଥିତ ଶିବ ମନ୍ଦିର କଲ୍ୟାଣ ମମଣ୍ଡପ ଠାରେ ଗଞ୍ଜାମ ଜିଲ୍ଲା ସରପଚଂ ମହାସଂଘର ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କେନ୍ଦୁପଦର ସରପଚଂ ତଥା ଦକ୍ଷିଣାଚଂଳ ଜୋନ ସରପଚଂ ମହାସଂଘ ସଭାପତି ଭବାନୀ ଶଙ୍କର ମଳିକଙ୍କ ଆବାହାକତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଓଡିଶା ସରପଚଂ ମହାସଂଘର ପ୍ରଧାନ ସଭାପତି ରବି ରଥ ଯୋଗ ଦେଇଥିଲେ । ଏଥିରେ ଗଞ୍ଜାମ ଜିଲ୍ଲାର ପ୍ରାୟ ୨ ଶହରୁ ଉର୍ଦ୍ଧ୍ୱ ସରପଚଂ ଯୋଗ ଦେଇଥିବା ବେଳେ ମହାସଂଘରେ ଜିଲ୍ଲା ସ୍ତରୀୟ କର୍ମକର୍ତା ଚୟନ କରାଯାଇଥିଲା । । ତ୍ରିସ୍ତରୀୟ ପଚାଂୟତୀରାଜ ବ୍ୟବସ୍ଥାକୁ ଅଣଦେଖା କରି ଅସାମ୍ବିଧାନିକ ଭାବେ କ୍ଷୁର୍ଣ୍ଣ କରାଯାଉଥିବାରୁ ଉଦବେଦ ପ୍ରକାଶ ପାଇଥିଲା । ଏହି ସଭାରେ ମୋଟ ୧୫ଟି ବିଷୟ ଉପରେ ଆଲୋଚନା ହୋଇଥିଲା । ପଚାଂୟତ ସ୍ତରରେ ଗ୍ରାମସଭା ଓ ପଲ୍ଲୀ ସଭାକୁ ଗୁରୁତ୍ୱ ଦେଇ ଏହା ମାଧ୍ୟମରେ ଉନ୍ନୟମମୂଳକ କାର୍ଯ୍ୟର ଆନୁମୋଦନ ପାଇଁ ଦାବୀ ଜୋର ଧରିଥିଲା । ଗ୍ରାମ ପଚାଂୟତରେ ଅର୍ଥ ପୈଠ ପାଇଁ ଦିଆଯାଇଥିବା ଆଦେଶରୁ ବିଡିଓଙ୍କ କାଉନଟଂର ଦସ୍ତଖତକୁ ହଟାଇବା, ୱାର୍ଡ ସଭ୍ୟାଙ୍କ ଦ୍ୱାରା ଅନାସ୍ଥା ପ୍ରସ୍ତାବ ବନ୍ଦ କରିବା, ବସୁଧା ଯୋଜନା ଓ ରାସ୍ତା ଆଲୋକୀକରଣରେ ବିଦ୍ୟୁତ ବିଲ ପୈଠ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା, ସରପଚଂ ମାନଙ୍କ ମାସିକ ଭତା ୩୦ ହଜାର ଟଙ୍କାକୁ ବୃଦ୍ଧି, ଅବସରକାଳୀନ ଭତା ପ୍ରଦାନ, ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ, ମୃତ୍ୟୁକାଳୀନ ସହାୟତା ବାବଦରେ ସରପଚଂଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କ୍‌ା ସହାୟତା ରାଶି ପ୍ରଦାନ ସମେତ ବିଭିନ୍ନ ଦାବୀ ଉପରେ ଆଲୋଚନା ହୋ ଇଥିଲା । ଏନେଇ ବିଡିଓ, ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପାଣ୍ଡିଆପଥର ସରପଚଂ ନିଳାଚଂଳ ଗୈାଡ, ଖଇରପୁଟି ସରପଚଂ ସତ୍ୟବାନ ସାହୁ, ସୁମଣ୍ଡଳ ସରପଚଂ ଶିବ ଶଙ୍କର ବେହେରା, ପାଇକଯମୁନା ସରପଚଂ ସତ୍ୟବାନ ସାହୁ, ଗୋଲାପଡା ସରପଚଂ ସୁକାନ୍ତ ମଳିକ, ଭାମଶିଆଳୀ ସରପଚଂ ସଞ୍ଜୟ ବିଶ୍ୱାଳ, ଝାଡବନ୍ଧ ସରପଚଂ ଯୋଗେନ୍ଦ୍ର ସ୍ୱାଇଁ, ସୁରେଶ ବରାଡ, ପ୍ରକାଶ ଚନ୍ଦ୍ର ସାମଲ, ମନୋରଞ୍ଜନ ଗୈାଡ ପ୍ରମୁଖ ଯୋଗ ଦେଇଥିଲେ ।